ads

Breaking News

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରଶାସନ ଓ ମେଳଣ କମିଟିର ପ୍ରସ୍ତୁତି ବୈଠକ

 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ହରିରାଜପୁର ଠାରେ ଅନୁଷ୍ଠିତ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପାଇଁ ପ୍ରଶାସନ ଓ ମେଳଣ କମିଟି ଓ ବିଭିନ୍ନ ଅନୁଷ୍ଠାନର ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅର୍ଥାତ ୨୬ ତାରିଖ ରାତିରେ ଜମିବ ମେଳଣ । ରାତି ୧୧ଟାରେ ମେଳଣର ଥାନାପତି ତଥା ବାବା ଶ୍ରି ଶ୍ରୀ ପଶ୍ଚିମାଶମ୍ଭୁଙ୍କ ସମସ୍ତ ଦେବ ନୀତକାନ୍ତି ସରିବା ପରେ  ଅନ୍ୟ ଠାକୁରଙ୍କ ଦୋଳ ବିମାନ ବିରାଟ ପଠୁଆରରେ ମେଳଣ ପଡିଆକୁ ପ୍ରବେଶ କରିବ । ଠାକୁରଙ୍କ ଦୋଳ ବିମାନ ମେଳଣ ପଡିଆକୁ ପ୍ରବେଶ କରିବା ମାତ୍ରେ ଆତସବାଜି ପ୍ରଦର୍ଶନୀ ଆରମ୍ଭ ହୋଇଯିବ । ଏଣୁ ମେଳଣ ପଡିଆ ସଫା ସୁତରା କରାଯିବା ସହ ଠାକୁରଙ୍କ ଦୋଳବେଦୀ ଓ ଅନ୍ୟ ଠାକୁରଙ୍କ ବିମାନ ରହିବା ପାଇଁ ରହିଥିବା ସମସ୍ତ ଖୁଣ୍ଠି ଗୁଡିକ ମରାମତି ଓ ସଫେଇ କରାଯିବ । ବିଦ୍ୟୁତ ଖୁଣ୍ଠ ଗୁଡିକରେ କରଣ  ଆଲୋକ ହେବା ସହ ପାନୀୟ ଜଳ, ରାସ୍ତା ଘାଟର ମରାମତି ସହିତ ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ସେହିପରି କରାଯିବା ପାଇଁ ମେଳଣ କମିଟି ଓ ଚ୍ଳକ ପ୍ରଶାସନ ମିଳିତ ଭାବେ ଆଲୋଚନା କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୂତିଆ, ଜଳପରିମଳ ବିଭାଗର ଯନ୍ତ୍ରୀ ବିଜୟଲକ୍ଷ୍ମୀ ଓଝା, ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲିକ, ହରିରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ ଓ ମେଳଣ କମିଟି ପ୍ରମୁଖ ଯୋଗଦେଇଥିଲେ  । ଅଧିକ ପାଣିଟ୍ୟାଙ୍କର ,ସହିତ ମେଳଣ ଜମିବା ଦିନ ସଂଧ୍ୟାରୁ ଭାରିଯାନ ପିପିଲି- ଜଟଣୀ ରାସ୍ତାରେ ଚଳାଚଳ ବନ୍ଦକରିବା ପାଇଁ ଥାନା ଅଧିକାରୀଙ୍କୁ ଅନୁରୋଧ କରିବା ସହ ସମଗ୍ର ରାସ୍ତାରେ ସକାଳ ପର୍ଯ୍ୟନ୍ତ ପ୍ରେଟ୍ରୋଲିଂକୁ କଡାକଡି କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts