ads

Breaking News

ବାଲିଅନ୍ତାଠାରେ ଦିବ୍ଯାଙ୍ଗ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା


ବାଲିଅନ୍ତା---- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଳକ ବକ୍ରେଶ୍ୱର  ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପିକେକେ ଓ ଗୋପବନ୍ଧୁସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗ ମାନଙ୍କଚ ନେଇ କ୍ରୀଠା ପ୍ରତିଯେଗାିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରଫେସର ସୁବୋଧ କୁମାର ସାହୁ  ପ୍ରଦୀପ ପଜ୍ଜଳନ କରି କ୍ରୀଡା ଉତ୍ସବକୁ  ଉଦ୍ଘାଟନ କରିଥିଲେ  । ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ  । ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଖେଳ , କୁଦ, ଦୌଡ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା  । ପୁରଷ୍କାର ବିତରଣ ଉତ୍ସବରେ ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରିଥିଲେ  । ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡ. ଆଦିତ୍ୟ କୁମାର ମହାନ୍ତି, ଆଇନଜିବୀ ନଟବର ମହାନ୍ତି, ନିରଞ୍ଜନ ଦାଶ, ରାଜେନ୍ଦ୍ର ତ୍ରିପାଠୀ, ଶିକ୍ଷାବୀତି କୈଳାଶ ଚନ୍ଦ୍ର ମିଶ୍ର, ପ୍ରତନ୍ନ୍ କଲ୍ୟାଣ ସମିତି ପକ୍ଷରୁ ଗୌତମ ବାନାର୍ଜି, ଶ୍ରୀମତି ବାନାର୍ଜି, ସ୍ମୃତି ପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ  ।  ବଳଭଦ୍ର ସାହୁ, ଶ୍ୟାମଳେନ୍ଦୁ ଜାନା ଖେଳ ପରିଚାଳନା କରିଥିଲେ  । ୧୬ ଟି ପଞ୍ଚାୟତରୁ ପ୍ରାୟ ୨୫୦ଜଣ  ପ୍ରତିଯେଗାିତାରେ ଭାଗ ନେଇଥିଲେ  । ନେତ୍ରାନନ୍ଦ ପରିଡା, ସ୍ୱର୍ଣ୍ଣଲତା ଜେନା ଓ ହର ପରିଡା କାର୍ଯ୍ୟକ୍ରମ ପରିଚାଳନା ରେ  ସହଯୋଗ କରିଥିଲେ  । ସ୍ମୃତି ପରିଷଦ କାର୍ଯ୍ୟକାରୀ ସଭାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts