ଦୁଇ ଦିନିଆ ସନାତନ ଧର୍ମ ସମ୍ମଳନୀ ଉଦ୍ଘାଟନ
ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ମନ୍ଦିର ନିକଟ ଶ୍ରୀରାମ କଲ୍ୟାଣ ମଣ୍ଡପରେ କେନ୍ଦ୍ର ଆର୍ଯ୍ୟ ଜୀବନ ସମିତି ପକ୍ଷରୁ ସାକ୍ଷୀଗୋପାଳ ଶଖା ଆନୁକୂଲ୍ୟରେ ସପ୍ତଦଶ ଦୁଇ ଦିନିଆ ବୈଦିକ ସନାତନ ଧର୍ମ ସମ୍ମଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ଭଜନ କୀର୍ତ୍ତନ, ୧୮ଟି କଳସ, ଦ୍ୱୀପ ସ୍ଥାପନ ପରେ ଷୋଡଶୋପଚାରରେ ଶ୍ରୀ ନାରାୟଣଙ୍କୁ ଯଥାବିଧି ପୂଜା କରାଯାଇଥିଲା । ବେଦମନ୍ତ୍ରରେ ହୋମ କରାଯିବା ପରେ ଆରତି, ସ୍ରୋତପାଠ , ଗୀତା ପାଠ , ବେଦ ଉଚ୍ଚାରଣ କରାଯାଇଥିଲା । ଆର୍ଯ୍ୟ ଜୀବନ ସମିତିର ଗୁରୁ ଗୋପାଳ ଚ୍ଦ୍ର ମିଶ୍ର ଶର୍ମାଙ୍କ ଅଧ୍ୟକ୍ଷତା ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଶ୍ରଦ୍ଦାଳୁ ମାନଙ୍କୁ ଗୁରୁ ସନାତନ ଧର୍ମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସେଠାରେ ଫଟୋ ଓ ଧର୍ମ ପୁସ୍ତକ ଷ୍ଟଲ ଖୋଲାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମଳନୀ ଅଭ୍ୟର୍ଥନା ସମିତିର ସମ୍ପାଦିକା ସସ୍ମିତା ମହାପାତ୍ର, ସାଧାରଣ କୁଳସଚିବ ଆର୍ଯ୍ୟଜୀବନ ସମିତି ଦୁଗଲ ଉମାଶଙ୍କର ତ୍ରିପାଠୀ, ଭବାନୀଶଙ୍କର ତ୍ରିପାଠୀ, ବିହାରୀ ଦିୀକ୍ଷିତ, କୈଳାସ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାଥ ଦ୍ୱିବେଦି, ସରୋଜିନି ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହିଥିଲେ । ରାତ୍ରରେ ଗୁରୁ ଓ ଗୁରୁମାଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଧୂପ, ଦୀପ, ଭଜନ କୀର୍ତ୍ତନ ପରେ ଠାକୁରଙ୍କୁ ଭୋଗ ଲାଗିବା ପରେ ପହଡ ପକାଯାଇଥିଲା । ଗତ କାଲି ସର୍ବସାଧାରଣ ମହିଳା ସମ୍ମଳନୀ ଅନୁଷ୍ଠିତ ହେବ ସମ୍ମଳନୀ ଅଭ୍ୟର୍ଥନା ସମିତିର ସଭାପତି ସୁଧାଂଶୁ ମହାପାତ୍ରଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
