ବଙ୍ଗୋମୁଣ୍ଡା କନିଷ୍ଠ ମହାବିଦ୍ଯାଳୟରେ ଯୁବ ଦିବସ ପାଳିତ
ବଙ୍ଗୋମୁଣ୍ଡା ----ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ମୀନତି ରଥ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଡଃ ସଞ୍ଜୟ ମିଶ୍ର,ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡଃ ଶୁଭେନ୍ଦୁ ମେହେର,ଅଧ୍ୟାପକ ନିଲେଶ କୁମାର ପାରେଖ, ଅଧ୍ୟାପିକା ବବିତା ଦାଶ, ପ୍ରମୁଖ ଯୋଗଦେଇଥିଲେ । ଅବକ୍ଷୟ ମୁଖୀ ସମାଜକୁ ଯୁବକ ମାନେ ପରିବର୍ତ୍ତିତ ପରିବେଶ ରେ କିପରି ନୂତନ ଚେତନାର ବାତ୍ତା ପ୍ରଦାନ କରିବା ସହ ସମାଜ ଗଠନ ଦିଗରେ ଯୁବକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ଉପରେ ଆଲୋକପାତ କରିଥିଲେ । ଯୁବସମାଜ ଏବେ ବିପଥଗାମୀ ଆଡକୁ ଯାଉଛି । ସମାଜ ଓ ସଭ୍ୟତା ପ୍ରତି ଅଶୁଭଙ୍କର ବୋଲି ମତବ୍ୟକ୍ତ କରିବା ସହ ଯୁବସମାଜ ରାଷ୍ଟ୍ର ଗଠନରେ ସମର୍ପିତ ମନୋଭାବ ପ୍ରକାଶ କରିବା ଉଚିତ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଯୁବରେଡକ୍ରସ ର କାଉନସେଲର ରଶ୍ମିରଞ୍ଜନ ସ୍ୱାଇଁ ସଭା ସଂଯୋଜନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏବଂ ରେଡକ୍ରସ ର ସ୍ୱେଚ୍ଛାସେବୀ ଉପସ୍ଥିତ ରହିଥିଲେ ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ
