ads

Breaking News

ସାହତ୍ଯ କଳା ପରିଷଦର ବାର୍ଷିକ ମକର ମଳନ ଉ ଉଦ୍ଯାପିତ


ବଙ୍ଗୋମୁଣ୍ଡା--- -ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ମକର ମିଳନ ବାର୍ଷିକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ,ମୁଖ୍ୟ ବକ୍ତା ଭାବେ ବଙ୍ଗୋମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ସିତାରାମ ପାଣିଗ୍ରାହୀ,ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜୀବ ସଗରିଆ,ସାଂସଦ ପ୍ରତିନିଧି ଶରତଚନ୍ଦ୍ର ସିଂ ଭୋଇ,ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ,ଧନୁଯାତ୍ରା କମିଟୀ ବଙ୍ଗୋମୁଣ୍ଡା ସଭାପତି ତୁଲସିରାମ ହଂସ,ରୂପେଶ ଜୈନ ପ୍ରମୁଖ ଯୋଗଦେଇଥିଲେ । ଅବଲୁପ୍ତ କଳା ଓ ସଂସ୍କୃତି ର ପୁନଃ ଉଦ୍ଧାର କରାଯିବା ପାଇଁ ଅଞ୍ଚଳର ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେବା ସହ ବଙ୍ଗୋମୁଣ୍ଡା ଅଞ୍ଚଳର କଳା ସଂସ୍କୃତି ଏକ ନିଆରା ବୋଲି ମତ ପ୍ରକାଶ କରିଥିଲେ  । ।ଐତିହ୍ୟପୂର୍ଣ୍ଣ ଏହି ଅଞ୍ଚଳର ଗୌରବମୟ ଇତିହାସ ସଂପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରତିଭାଧାରୀ କବି,କଳଅକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଦୁଇ ଦିନ ଧରି ପାଳିତ ହୋଇଥିବା ମକର ମିିଳନ ଉତ୍ସବରେ ଲୋକ ନୃତ୍ୟ.ଲୋକ କଳାର ସମାଗମ ପରିଲକ୍ଷିତ ହୋଇଥିଲା ।୧୦୦ ରୁ ଉଦ୍ଧ୍ୱର୍ ସାଂସ୍କୃତିକ  ଦଳ ଯୋଗଦେଇ ସଂକିର୍ତ୍ତନ୍ୟ,ସଂଚାର,ଦଣ୍ଡନୃତ୍ୟ,ଘୁମୁରା,ଆଦିବାସୀ ନୃତ୍ୟ,ଢାପ ନୃତ୍ୟ,ଲକ୍ଷ୍ମୀ ସୁଆଙ୍ଗ ,ନାଟକ,ଡ୍ୟାନ୍ସ ଗ୍ରୁପ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମାନେ ନିଜ ନିଜର କଳା ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ରେଣୁରଞ୍ଜନ ବାଗ,ଆଦିବାସୀ ନାଟ୍ୟ ଗୁୁରୁ ଡିଙ୍ଗର ଭୋଇ ସଂଯୋଜନା କରିଥିଲେ । ଅନୁଷ୍ଠାନର ସଭାପତି ଡଃନାରାୟଣ ମିଶ୍ର,ଉପସଭାପତି ସୁରେଶ ଭୋଇ,ସାଧାରଣ ସଂପାଦକ ନିଗମାନନ୍ଦ ଦାସ,ସଂପାଦକ ରଶ୍ମିରଞ୍ଜନ ପୁଟେଲ,କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ,ସନ୍ତୋଷ କୁମାର ତ୍ରିପାଠୀ,କଣ୍ଠଶିଲ୍ପୀ ରାସବିହାରୀ ଘିଭେଲା,ଭକ୍ତବନ୍ଧୁ ସାହୁ,ଅମିତ ଥନାପତି,ଅଜିତ ପୁଟେଲ,ବିନେଶ କିଷାନ,ଗଣାଧୀପ ଦାସ,ପ୍ରମୋଦ ସାହୁଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ,


ads

Blog Archive

Popular Posts