ads

Breaking News

ଶ୍ରୀରାଧା ଜନ୍ମ ମହୋତ୍ସବ ଉଦଯାପିତ ସହିତ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି



ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ ସମାରୋହ କମିଟି ପକ୍ଷରୁ ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ୱାର ନିକଟରେ ଅନୁଷ୍ଠିତ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି  ମହାଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୂତି ହୋଇଯାଇଛି । ପୂଣ୍ଣାହୂତି ସମୟରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥବା ଶ୍ରଦ୍ଧାଳୁ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା । ନାମ ସଂକୀର୍ତ୍ତନ ସହିତ ବେଦପାଠ, ଗୋପାଳ  ଓ ବିଷ୍ଣୁ ସହ୍ରସନାମ ଆଦି ପାଠ କରାଯାଇଥିଲା । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରେ ଦ୍ୱିପହର ଭଅଣ୍ଡ ଧୂପ ପରେ ପୋଖରିଆରେ ପାଣି ପଡିବା ପରେ ପୋଛାପୋଛି ହୋଇଥିଲା । ମନ୍ଦିର ପଣ୍ଡିତ ଓ ପୁରୋହିତଙ୍କ ଦ୍ୱାରା ଭଦ୍ରମଣ୍ଡଳ ପଡିବା ପରେ ମା ଶ୍ରୀରାଧାଙ୍କ ଜନ୍ମବିଧି ନୀତିକାନ୍ତି ଆରମ୍ଭ ହୋଇଥିଲା । ସେବାୟତ ମାନେ ଠାକୁରଙ୍କୁ ସ୍ନାନ କରାଇବା ପରେ ପାଟବସ୍ତ ଲାଗି କରାଯିବା ସହିତ ଚନ୍ଦନ, ତୁଳସୀ ଲାଗି ହେବା ପରେ ଉପଚାର ଓ ଆଳତୀ ଭୋଗ କରାଯାଇଥିଲା । ତା ପରେ ସର୍ବସାଧାରଣ ଦର୍ଶନ କରାଯାଇଥିଲା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ମନ୍ଦିରକୁ ବିଭିନ୍ନ ଫୁଳରେ ସୁ ସଜିତ କରାଯାଇଥିଲା । ଏହି ଅବସରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବିଧାୟକ ଆକାଶ ନାୟକ, ପିପିଲି ବିଧାୟକ ଆଶିତ ପଟ୍ଟନାୟକଙ୍କ ସହିତକ ମିଟିର ଉପଦେଷ୍ଟା ସୁକାନ୍ତ କିଶୋର ସାମନ୍ତରାୟ  ଯୋଗ ଦେଇ ମା ଶ୍ରୀରାଧାରାଣୀଙ୍କ କୃପାଲାଭ କରି ପାରିଲେ ମଣିଷର ସମସ୍ତ କଷ୍ଟ ଲାଘବ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ସତ୍ୟବାଦୀ ବିଧାୟକ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ବହୁ ଶିଘ୍ର ସାକ୍ଷୀଗୋପାଳ ସ୍ଥାନ ପାଇବାକୁ ଯାଉଛି ବୋଲି କହିଥିଲେ ।ଏହି ଅବସରରେ ଶ୍ରୀରାଧା ଓ ବାପାମାନେ କେବେ କାନ୍ଦନ୍ତିନି ଦୁଇଟି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।  କାର୍ଯ୍ୟକ୍ରମକୁ ଆଲୋକ କୁମାର ଖୁଣ୍ଠିଆ ଓ ପ୍ରବୀର ସଂଯୋଜନା କରିଥିଲେ । ଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପି  ତୋଷି କୌର  ପୱନ ରାଜ, ଦେବସ୍ମିତା ରଥ, ନରେନ୍ଦ୍ରକୁମାର, ସୌଜନ୍ୟା ରଥ ପ୍ରମୁଖ କଳାକାର  ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ଅତିଥି ମାନେ ସମ୍ମଦ୍ଧିତ କରିଥିଲେ  । ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ଭଜନ ଶୁଣିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୯/୨୦୨୪----୮,୪୦      Sakhigopal News, 11/9/2024


ads

Blog Archive

Popular Posts