ads

Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଖୋ- ଖୋ ପ୍ରତିଯୋଗିତା ; ଜିଲ୍ଲା ସ୍ତରକୁ ୪ଟି ଦଳ ମନୋନୀତ


 


ସାକ୍ଷୀଗୋପାଳ---- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଖୋ- ଖୋ ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀର ୨୬ ଗୋଟି ବିଦ୍ୟାଳୟର ୨୭୫ ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଜୁନିଅର ଓ ସିନିୟର ବିଭାଗ କରି ଖେଳ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ବଛା ବଛା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୪ଟି ଦଳ ମନୋନୀତ କରାଯାଇଛି ।  ଜୁନିଅର ବିଭାଗର ବାଳକ ଓ ବାଳିକା ବିଭାଗରୁ ଦୁଇଟି ଦଳ ସେହିପରି ସିନିଅର ବିଭାଗ ପକ୍ଷରୁ  ଦୁଇଟି ଦଳ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି ବୋଲି ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସମ୍ପାଦକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମଳିଛି । ଏହି କ୍ରୀଡାକୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । ସତ୍ୟବାଦୀ ମଣ୍ଡଳ କ୍ରୀଡା ସଭାପତି ତଥା ବିଇଓ ଭବମ ପ୍ରଧାନଙ୍କ ତତ୍ୱବଧାନରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା । ଲିଙ୍ଗରାଜ ସାହୁ, ଇମାକାନ୍ତ ନାୟକ, ମୌସୁମୀ ଦାଶ, କଳ୍ପନା ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ସନ୍ଦୀପ ତ୍ରିପାଠୀ, ସଂଗ୍ରମା ମହାନ୍ତି, ଅଜିତ ପ୍ରସାଦ ଗିରି, ସୁରେଶ ସ୍ୱାଇଁ, ଜୟଶ୍ରୀ ପଣ୍ଡା, ବିପିନି ସାହୁ, ଲକ୍ଷ୍ମୀଧର ମହାନ୍ତି, ପିୟଙ୍କା ଭୋଇ, ଅମ୍ବିକା ମଲିକ, ସୁମନ ବିଶ୍ୱାଳ, କାତ୍ତିକ ବିଶ୍ୱାଳ ପ୍ରମୁଖ  ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଦାମଦର ମିଶ୍ର ଧନ୍ôୟାଦ ଦେଇଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୯/୨୦୨୪----୬,୨୦   Sakhigopal News, 14/7/2024

ads

Blog Archive

Popular Posts