ads

Breaking News

ସାକ୍ଷୀଗୋପାଳ କଲେଜରେ ଜାତୀୟ ସେବା ଯୋଜନାର ପ୍ରଶିକ୍ଷିଣ ଶିବିର









ସାକ୍ଷୀଗୋପାଳ, ----- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହରେ +୨ ଛାତ୍ରଛାତ୍ରୀମାନଙ୍କର ଜାତୀୟ ସେବା ଯୋଜନାର ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି।    ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବ ସୁନ୍ଦର ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଜାତୀୟ ସେବା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ଗତ ରଥଯାତ୍ରା ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ଓ ସେମାନଙ୍କ ଅଂଶଗ୍ରହଣ ଓ ଅନୁଭୂତି ଗୁଡିକୁ ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଧନୁର୍ଦ୍ଧର ମୁଦୁଲି,  ସ୍ଵର୍ଣ୍ଣଲତା ମାହାରୀ,  ତଥା ପୂର୍ବତନ ବଡ଼ବାବୁ ରାଜକିଶୋର ପତି ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାରେ ସାମିଲ ହୋଇ  ଭବିଷ୍ୟତରେ ଏକ ଦାୟିତ୍ୱବାନ ନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ। ପୂର୍ବତନ ସେବା ଅଧିକାରୀ ଅଧ୍ୟାପକ ରତ୍ନାକର ସାହୁ ପ୍ରଶିକ୍ଷିଣ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ଏହାର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।  ପରିଶେଷରେ ଅଧ୍ୟାପକ ମନୋଜକୁମାର ପରିଡା ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୯/୨୦୨୪-----୮,୫୦ Sakhigopal News,14/9/2024

ads

Blog Archive

Popular Posts