ads

Breaking News

ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନିମାପଡା-- ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ଭୋଇଙ୍କ ଅଧ୍ୟକ୍ଷତା କରିଥିଲେ  ।।ମୁଖ୍ୟ ଅତିଥି ଭାବେ ପ୍ରଫେସର ଗୋପୀନାଥ କର,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଦିଜବର ମୁଦୁଲି,ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷୟତ୍ରୀ ସବିତା ମହାନ୍ତି,ସିଆରସିସି ରବୀନ୍ଦ୍ର କୁମାର ତ୍ରିପାଠୀ,ପ୍ରଧାନ ଶିକ୍ଷକ ବିଷ୍ଣୁ ମୋହନ ପତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରଙ୍କୁ ଉଦ୍ଘାଟନ କରିଥିଲେ ।ସୁରଭି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ପରିପ୍ରକାଶ ହୋଇଥାଏ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିଲୋଚନ କର ଓ ସୁଶାନ୍ତ କୁମାର ଦାସ ପରିଚାଳନା କରିଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୯/୨୦୨୪----୪,୨୫ Sakhigopal News,28/9/2024

ads

Blog Archive

Popular Posts