ads

Breaking News

ବିଲେଇବେର୍ଣ୍ଣା "ଅଲେଖ ମହିମା ସଂଘ" ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ପଞ୍ଚାୟତ ର ବିଲେଇବେର୍ଣ୍ଣା "ଅଲେଖ ମହିମା ସଂଘ" ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ଉପାଧ୍ୟକ୍ଷ ଡୋଳାମଣି କ୍ଷେତି, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ପୂର୍ବତନ ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ମାନପୁର ସମିତି ସଭ୍ୟା ସୁଧାଂଜଳୀ ମେହେର ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ, ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ବି ଖୁଣ୍ଟିଆ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଏନ କରୁଣାକର ସାହୁ, ଜନକ ବେହେରା, ପାଏନୁ ଭୋଇ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ଅର୍ଜ୍ଜୁଣ୍ଡା ର ବିଲେଇବେର୍ଣ୍ଣା, ନୂଆଟିକ୍ରା ଓ ତେଲିଟିକରା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରାଜିବ୍ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୯/୨୦୨୪_---୭,୪୦ Sakhigopal News,30/9/2024

ads

Blog Archive

Popular Posts