ads

Breaking News

ଲରମ୍ଭା କଲେଜରେ ଜାତୀୟ ସେବା ଦିବସ ପାଳିତ

 
ବରଗଡ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ  ଲରମ୍ଭା କଲେଜ ଠାରେ ଜାତୀୟ ସେବା  ଯୋଜନା ଦିବସ  ପାଳିତ ହୋଇଯାଇଛି  । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ  କୁମାର ଭୋଇ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ଶ୍ରୀ ଅଶୋକ କୁମାର ମହାନ୍ତି , ସମ୍ମାନିତ ଅତିଥି ଶ୍ରୀ ପ୍ରମୋଦ ଚନ୍ଦ୍ର ସେଠ,  ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଅଜିତ କୁମାର ନାଥ, ଶ୍ରୀ ଗଣେଶ ସିଂ, ସଂଘମିତ୍ରା ମହାକୁର ଯୋଗଦେଇ ଜାତୀୟ ସେବା ଯୋଜନାରେ ମାନବ ସେବା ହିଁ ମାଧବ ସେବା ଉପରେ ଆଲୋଚନା କରିଥିଲେ। ଏଥିରେ 'ମାଏ ଭାରତ ପୋର୍ଟାଲ'  , ରକ୍ତଦାନ, ସ୍ବଚ୍ଛତା ହିଁ ସେବା , ବୃକ୍ଷରୋପଣ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ।  ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିଅବସରରେ ଡଃ ଅଜିତ କୁମାର ନାଥ ଏନ.ଏସ.ଏସର ବାର୍ଷିକ ବିବରଣୀ  ପଠନ କରିଥିବା ବେଳେ  ଅଧ୍ୟାପକ ଗଣେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।  ଏନ.ସି.ସି  ଅଧିକାରୀ ପାଟ ମଂଜରୀ ସାହୁ  , ଶ୍ରୀ ସରୋଜ କୁମାର ନାୟକ , ଯୁବରେଡକ୍ରସ ଅଧିକାରୀ ସୁନୀଳ ପ୍ରଧାନ, କାଦମ୍ବିନୀ ଗୁରୁ ,  ବୀଣା  ମେହେର ଅଧ୍ୟାପକ ପବିତ୍ର ମାହାଣା ,  ସତ୍ୟବ୍ରତ କର୍ଣ୍ଣ , ଲିଂଗରାଜ ପୋଢ, ସ୍ବେଚ୍ଛାସେବୀ ଗୁଲଠୁ ମିନ,  ଛାୟାକାନ୍ତ ସ୍ବାଇଁ , ସୁରେନ୍ଦ୍ର ଛୁରିଆ, ବର୍ଷା ମେହେର, ହରିହର ସେଠି, ବର୍ଷାରାଣୀ ଭୋଇ, ରଘୁବୀର ଛୁରୀଆ, ଶେଫାଳି ନାଏକ ସମେତ ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୯/୨୦୨୪---୬,୩୦ Sakhigopal News,24/9/2024

ads

Blog Archive

Popular Posts