ads

Breaking News

ସୂର୍ଯ୍ୟ ମନ୍ଦିରରୁ ଗର୍ଭଗୃହରୁ ବାଲି କାଢ଼ିବା ପ୍ରସଙ୍ଗ, ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଏଡିଜି ଓ ବୈଷୟିକ ଟିମ


କୋଣାର୍କ -ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ ବାଲି କାଢିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଏଏସଆଇର ଅତିରିକ୍ତ ମହାନିର୍ଦେଶକ ଜାନଭିଜି ଶର୍ମାଙ୍କ ନେତୃତ୍ବରେ ଏକ ଛଅ ଜଣିଆ ବୈଷୟିକ ଟିମ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ବାଲିକଢ଼ା ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଦିଗ ଉପରେ ତର୍ଜମା କରିଥିବା ଜଣାପଡିଛି । ଏହି ସ୍ବତନ୍ତ ବୈଷୟିକ ଟିମି ରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ସହ ଏଏସଆଇ ସଂରକ୍ଷଣ ନିର୍ଦ୍ଦେଶକ ଭିମା ଆଜମୀରା ,ଏଏସଆଇ ଆଂଚଳିକ ନିର୍ଦ୍ଦେଶକ ଡଃ ଦିଲୀପ ଖମାରିଙ୍କ ସମେତ ଛଅ ଜଣିଆ ବିଶେଷଜ୍ଞ ଦଳ ରହିଥିଲେ । ଦୀର୍ଘ ଦୁଇବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଅଦ୍ୟାବଧି ଏଏସଆଇ ଏହି ବାଲି କଢା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଅହେତୁକ ବିଳମ୍ବ ହୋଇଛି । ସୂଚନା ଯୋଗ୍ୟ ଯେ ୧୩ ଶହ ଶତାବ୍ଦୀ ର ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାହେବା ପାଇଁ ଐତିହାସିକ ନିଷ୍ପତି ଏଏସଆଇ ପକ୍ଷରୁ ନିଆଯାଇଛି । ଗତ୨୦୨୨ ମସିହା ସେପ୍ଟେମ୍ବର ମାସ ଗୁରୁବାର ଦିନ ସକାଳୁ ସମୟରେ ସୂର୍ଯ୍ୟ ମନ୍ଦିିର ଉତ୍ତର ଦିଗ ଗର୍ଭ ଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ଓ ହୋମଯଜ୍ଞା କରାଯାଇଥିଲା।ଏହା ପରେ ୨୦୨୩ ଜାନୁୟାରୀ ୩ ତାରିଖରୁ ବାଲି କଢା କାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  ।ମାତ୍ର କୌଣସି କାରଣକୁ ନେଇ ଏଏସଆଇ ପକ୍ଷରୁ ଏହି ବାଲି କଢା  କାମ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା । ମାତ୍ର ୫ ମାସ ପରେ ଏଏସଆଇ ପକ୍ଷରୁ ନିଯୁକ୍ତ ଠିକାଦାର ପୂର୍ବ ଯୋଜନା ଅନୁଯାୟୀ ନିଜର କାମ ଆରମ୍ଭ କରି ମନ୍ଦିରର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଥିଲା। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୦୩ ବର୍ଷ ର ବାଲି ଗୁଡିକୁ ପର୍ଯ୍ଯୟ କ୍ରମେ ୩ ବର୍ଷ ମଧ୍ୟରେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯାଇ ପାଦଦେଶରୁ ପାଇପ ସାହାର‌୍ୟ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ଏହାକୁ ସୁରକ୍ଷିତ ଭାବେ ରଖାଯିବା ପାଇଁ ନିଷ୍ପତି ନିଆଯାଇ କାମ କରାଯାଉଥିଲା। ମାତ୍ର କୌଣସି କାରଣ ନ ଥାଇ ଏଏସଆଇ ପକ୍ଷରୁ ସମସ୍ତ କାମ କୁ ବନ୍ଦ କରିଦିଆଯାଇଥିଲା ।ସୂଚନା ମୁତାବକ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ମନ୍ଦିରରୁ ପଥର ଗୋଟେ ପରେ ଗୋଟେ ଖସିଥିଲା । ମନ୍ଦିର କୁ ସୁରକ୍ଷିତ ରଖିବା ପାଇଁ  ଗର୍ଭଗୃହ ରେ ସେମାନେ ଉପାୟ ନପାଇ ୧୯୦୩ ମସିହାରେ  ବାଲି ଭର୍ତ୍ତି କରାଯାଇ ମନ୍ଦିରର ସମସ୍ତ ପ୍ରବେଶ ପଥ ଗୁଡିକୁ ବନ୍ଦ କରାଯାଇଥିଲା । ଆଜି ପଯ୍ୟନ୍ତ ଏହି ପ୍ରବେଶ ପଥ ବନ୍ଦ ରହିଛି ।  କୌଣସି ପଥର ଆଉ ଖସି ନଥିବା ନଜିର ରହିଛି । କୋଣାର୍କ ସୁରକ୍ଷାସମିତି ର ପୂର୍ବତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ନେତୃତ୍ୱରେ ଦୀର୍ଘ ଦିନର ଆନ୍ଦୋଳନ ଗର୍ଭ ଗୃହରୁ ବାଲି କାଢି ସର୍ବସାଧାରଣ ପାଇଁ ପ୍ରବେଶ ପଥ ଖୋଲିବାପାଇଁ ଦାବି ଓ କଟକର ବରିଷ୍ଠ ଆଇନିଜୀବୀଙ୍କ ପକ୍ଷରୁ ଜନସ୍ବାର୍ଥ ଏକ ମାମଲା ମାନ୍ୟବର ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ସକ୍ୟୁରି ମନ୍ଦିର ପରିଦର୍ଶନକରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।  ମନ୍ଦିର ଗର୍ଭଗୃହରୁ ବାଲି କଢାଗଲେ କୌଣସି ପ୍ରକାର  ବିପଦ ନଥିବା ପରାମର୍ଶ ଦେବା ପରେ ଓ କେନ୍ଦ୍ର ସଂସଦୀୟ କମିଟିର ପରାମର୍ଶ କ୍ରମେ ଏଏସଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହ  ଖୋଲାଯିବା ନିମନ୍ତେ  ଐତିହାସିକ ନିଷ୍ପତି ନିଆଯାଇଥିଲା। ଦୁଇବର୍ଷ ହେବ ବିଭିନ୍ନ ବିଭାଗର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଂଜିନିଅର ଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏଏସଆଇ ପକ୍ଷରୁ ସୂର୍ଯ୍ୟ ମନ୍ଦିର  ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ପ୍ରଥମେ  ଏଏସଆଇ ପକ୍ଷରୁ  ନିଯୁକ୍ତ ବିିଡିଆର ପ୍ରାଇଭେଟଲିମିଟେଡ଼ ପକ୍ଷରୁ ବରିଷ୍ଠ ଇଂଜିନିଅର ଓ ଆର୍ଟିଟେକ ଡିଜାଇନର ଲୋକନାଥ ବେହେରାଙ୍କ ତତ୍ୱାବଧାନରେ ଓ ଏଏସଆଇର ଉଚ୍ଚ ଇଂଜିନିୟର ଙ୍କ ଉପସ୍ଥିତିରେ ବିଡ଼ିଆର ନିର୍ମାଣ ଦ୍ଵାରା  ସ୍ୱତନ୍ତ୍ର ଧାତୁ ରେ ନିର୍ମିତ ପ୍ଲାଟଫର୍ମ ଗୁଡିକୁ ଗର୍ଭଗୃହରେ ପର୍ଯ୍ଯୟ  କ୍ରମେ  ଲଗାଯାଇ ଜଗମୋହନ ମନ୍ଦିର କୁ ସୁରକ୍ଷିତ ଓ ସୃଦୃଢ଼ କରାଯିବା ପରେ ଦୀର୍ଘ ଦିନରୁ ସୁରକ୍ଷିତ ପ୍ରାଚେରୀ ସଦୁର୍ଶ୍ୱ ରହିଥିବା ଦୀର୍ଘ ବର୍ଷ ହେବ ପଡି ରହିଥିବା ଏହି ବାଲି ଗୁଡିକୁ କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏଏସଆଇର ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡିବି.ଗଡନାୟକ ଙ୍କୁ ପଚାରିବାରେ ସେ କୁହନ୍ତି ବାଲି କଢା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ କୁ ନେଇ ଏହା ଏଡିଜି ଙ୍କର ପାରମ୍ଭିକ ଗ୍ରସ୍ତ ରହିଥିଲା ବୋଲି ପ୍ରକାଶ କରିଛନ୍ତି।   କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୧୯/୯/୨୦୨୪---୮,୨୫,Sakhigopal News, 19/9/2024


ads

Blog Archive

Popular Posts