ads

Breaking News

ଡିଏଭି ଭଞ୍ଜନଗର ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ



ଭଞ୍ଜନଗର---   ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରରେ ହିନ୍ଦୀର ପଖୱାଡା ପାଳନ କରାଯାଇଛି । ଆଜି ପଖୱାଡାର ଅନ୍ତିମ ଦିବସ ଉପଲକ୍ଷେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ  ହିନ୍ଦୀ ଦିବସର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇଥିଲେ।  ଭାରତୀୟ ସମ୍ବିଧାନରେ ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ହିନ୍ଦୀ ଭାଷାକୁ ରାଜଭାଷା ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା।ଏହି ଦିବସ ଟିକୁ ସେହି ଦିନଠାରୁ  ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି।ଏହି କାର୍ଯ୍ୟକ୍ରମକୁ ହିନ୍ଦୀ ବିଭାଗ ତରଫରୁ ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ଗୌଡ ପରିଚାଳନା କରିଥିଲେ। ବରିଷ୍ଠ  ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୪---୮,୪୫ Sakhigopal News,15/9/2024

ads

Blog Archive

Popular Posts