ads

Breaking News

ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ଚକ୍ର ଅନୁଷ୍ଠିତ




ଭଞ୍ଜନଗର ----
              ଦକ୍ଷିଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ଠାରେ ଡିଭିଜନ ସ୍ତରୀୟ ହାତୀ ପରିଚାଳନା କୋର କମିଟି ଗଠନ ସଭା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ପ୍ରାବଧାନ ଅନୁସାରେ  ହାତୀ ମଣିଷ ଲଢେ଼ଇ ନିୟନ୍ତ୍ରଣ ଓ ହାତୀ ସୁରକ୍ଷା ନିମିତ୍ତ ଏକ ଦୀର୍ଘସୂତ୍ରୀ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ଜନ ସଚେତନତା ଓ ଜନ ସହଯୋଗ ପାଇଁ ବ୍ୟାପକ ବିଭାଗୀୟ ପ୍ରସ୍ତୁତି ଓ ସଫଳ ରୂପାୟନ ପାଇଁ ଏହା ଅଭିପ୍ରେତ । ବିଶେଷ କରି ଗ୍ରାମାଞ୍ଚଳରେ ସମସ୍ତ ବନ୍ ସୁରକ୍ଷା ସମିତି ଓ ଏନ୍ ଜି ଓ ସେଚ୍ଛା ସେବୀ ସଂସ୍ଥା,ତଥା ପ୍ରକୃତିପ୍ରେମୀ ,ବନ୍ୟପ୍ରାଣୀ ତତ୍ତ୍ୱାବଧାରକ,  ,ପରିବେଶ ବିତ୍ ମାନଙ୍କୁ ବିଭାଗ ସହ ସମ୍ପୂର୍ଣ୍ଣ ଜଡ଼ିତ କରାଇ ସରକାରଙ୍କ ଏହି ପ୍ରସ୍ତାବିତ ହସ୍ତୀ ସୁରକ୍ଷା ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଏକ ବିଧିବଦ୍ଧ କମିଟି ଗଠିତ ହେବାକୁ ଯାଉଛି। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ,ଏହାର ସଭାପତି ରହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ତହସିଲଦାର ଶ୍ରୀ ଉମା ଶଙ୍କର ବେହେରା, ସହ ବନ ସଂରକ୍ଷକଦ୍ଵୟ ଶ୍ରୀ ରଜତ କୁମାର ମିଶ୍ର,ଶ୍ରୀ ପ୍ରଦୀପ ବେହେରା , ଅବସରପ୍ରାପ୍ତ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ।ବଧାରକ ବୃନ୍ଦ ଶ୍ରୀ ଶୁଳ ପାଣି ଶତପଥୀ, ଶ୍ରୀ ଅନୁପମ ବାନାର୍ଜୀ,ଶ୍ରୀ ସୁରେଶ ଚନ୍ଦ୍ର ସ୍ବାଇଁ,  ଶ୍ରୀ ସମୀର ପ୍ରଧାନ,  ଶ୍ରୀ ଅମୂଲ୍ୟ କୁମାର ଉପାଧ୍ୟାୟଙ୍କ ସମେତ ସୋରଡ଼ା ମାଣିଆ କାଠି ଭି  ଏସ୍ ଏସ  ସଭାପତି ଶ୍ରୀ ଅନନ୍ତ କୁମାର ବେହେରା,ହୁକୁମା ସରପଞ୍ଚ ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ,ସାପୁଆ ଭି ଏସ ଏସ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ବାଇଁ ଓ ଆସିକା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା,ବୁଗୁଡ଼ା ବନ।ଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର,ସୋରଡ଼ା ବନ୍।ଞ୍ଚଳ ଅଧିକାରୀ ଶ୍ରୀ ନିହାର ରଞ୍ଜନ ମଲ୍ଲିକ,,ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା   ପ୍ରମୁଖ ଏହି ସଭାରେ ଅଂଶ ଗ୍ରହଣ କରି ଥିଲେ । ସହ ବନ ସଂରକ୍ଷକ ଶ୍ରୀ ରଜତ କୁମାର ମିଶ୍ର ସମ୍ପାଦକ ଓ ସହ ବନ ସଂରକ୍ଷକ ଶ୍ରୀ ପ୍ରଦୀପ ବେହେରା  ଉପ ସଭାପତି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ନୂତନ ସରକାରଙ୍କ  ଏହି ଭବ୍ୟ ହସ୍ତୀ ସୁରକ୍ଷା ଯୋଜନା ତଥା ଅନ୍ୟାନ୍ୟ ବନ୍ୟପ୍ରାଣୀ ସୁରକ୍ଷା ପଦକ୍ଷେପକୁ ଅଧିକ ସକ୍ରିୟ ସଫଳ କରାଇବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିବାକୁ କମିଟି ସଭାପତି ତଥା ବନ ଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ ବିଭିନ୍ନ  ବିଭାଗ ଓ ସର୍ବୋପରି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୯/୨୦୨୪----୯,୫୫ Sakhigopal News,27/9/2024

ads

Blog Archive

Popular Posts