ads

Breaking News

ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଅନୁଷ୍ଠିତ

ଡେଲାଙ୍ଗ --- ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି  କାର୍ଯକ୍ରମ  ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ ସବିତା ପାଢ଼ୀ ଓ ସ୍ନେହଲତା ସାହୁ, ନାମ ପଞ୍ଜିକରଣ କରିଥିଲେ। ଏହି ଅବସରରେ ଶହେ ତିରିଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଳନ୍ଧର ବେହେରା ସଭାପତିତ୍ବ କରିଥିଲେ । ଉଦଘାଟନ  ସଭାରେ ଶିକ୍ଷାବିତ୍ ନିରଞ୍ଜନ ସାହୁ, ଅସିତ୍ ମିଶ୍ର,ଅକ୍ରୁର ବରାଳ,ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣବଳି ବିକାଶ ଓ ସୁରଭି କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ  ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି, ମିହିର
କୁମାର ମିଶ୍ର,ବସନ୍ତ କୁମାର ପ୍ରଧାନ ପ୍ରତିଯୋଗିତା ବକ୍ତୃତା,କୁଇଜ୍,ସଙ୍ଗୀତ, ଚିତ୍ରକଳା,ହସ୍ତଶିଳ୍ପ ଆଦି ପରିଚାଳନା କରିଥଲେ।  ପରେପରେ ସତ୍ୟବ୍ରତ ମିଶ୍ର,ପଲିଶ୍ରି ସେଠୀ,
ସୌମ୍ୟ ରଞ୍ଜନ ବେହେରା,ନନ୍ଦିତlରlଣି ବେହେରା ସାଂସ୍କୃତିକ ପ୍ରତିଯୋଗିତାରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ ।  ଶିକ୍ଷକ ବଳରାମ ଶବର, ସୁକୁମାର ନାୟକ,ନିକୁକ୍ ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ।
ରବି ବିଶ୍ଵାଳ,ଓ ଶିବ ଶତପଥୀ  ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।ଶିକ୍ଷକ ସନ୍ତୋଷ କୁଣ୍ଡୁ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭ୍ୟ ସଭ୍ୟା, ପ୍ରେମ କୁମାର, ତ୍ରିଲୋଚନ ମହାରଣା,ଲଳିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୯/୨୦୨୪----୯,୨୫ Sakhigopal News,29/9/2024

ads

Blog Archive

Popular Posts