ads

Breaking News

ସ୍ଵତନ୍ତ୍ର ସେବା ଶିବିର,ମା ପାଇଁ ଗଛଟିଏ ମହାବିଦ୍ୟାଳୟରେ ଚାରାରୋପଣ



ଭଞ୍ଜନଗର--
ସାବିତ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ରେ ଚାରା  ରୋପଣ କାର୍ଯ୍ୟକ୍ରମ ସ୍ବତନ୍ତ୍ର ସେବା ଭାବେ  ଉଦଘାଟନ  ହୋଇଯାଇଛି lଏହି କାର୍ଯ୍ୟକ୍ରମ ସାତ ଦିନ ଧରି ଅନୁଷ୍ଠିତ ହେବ ।ଏହି ସେବା ଶିବିର ରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ସହ ଚାରାରୋପଣ କରିବାର ଆୟୋଜନ ରହିଛି l ଏହି ଉତ୍ସବରେ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକ ସଭା ସଞ୍ଚାଳନ ସହ ଦିଗଦର୍ଶନ ଦେଇଥିଲେ l ସ୍ଵେଚ୍ଛାସେବୀନି କୁମାରୀ ଗାୟତ୍ରୀ ନାହାକ ପ୍ରାରମ୍ଭିକ  ସଙ୍ଗୀତ ଗାନ କରିଥିଲେ l ମୂଖ୍ୟ ବକ୍ତା ଶ୍ରୀମତି ଆଶାଲତା ଦିଗଲ, ରେଞ୍ଜ୍ ଅଧିକାରୀ, ଗ୍ୟାଲେରୀ, ବନାଞ୍ଚଳ, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ  ଶୁଭାରମ୍ଭ କରିଥିଲେ l ତାଙ୍କ ବକ୍ତବ୍ୟରେ ସେ ସ୍ଵେଚ୍ଛାସେବୀନି ମାନଙ୍କୁ ପରିବେଶ ର ସୁରକ୍ଷା ସମ୍ପର୍କରେ ଅନେକ ଗୁଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ l କାର୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଜୟଲକ୍ଷ୍ମୀ ରଥ ସ୍ଵତନ୍ତ୍ର ସେବା ଶିବିରର ଆଭିମୁଖ୍ୟ ଗୁଡିକ ଆଲୋଚନା  କରିଥିଲେ l ରେଞ୍ଜ୍ ଅଧିକାରୀ ଶ୍ରୀମତୀ ଆଶାଲତା ଦିଗଲ ମହୋଦୟ କଲେଜ ପରିସରରେ ଯୋଜନା ଅଧିକାରୀ ଓ ସ୍ଵେଚ୍ଛାସେବୀନି ଙ୍କ ସହ ଚାରାରୋପଣ କାର୍ଯ୍ୟ କରି ସ୍ଵେଚ୍ଛାସେବୀନି ମାନଙ୍କୁ ପ୍ରେରଣା ଦେଇଥିଲେ l ଅନ୍ୟତମ ଯୋଜନା ଅଧିକାରୀ  ଶ୍ରୀ ପ୍ରେମ ଚାନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୯/୨୦୨୪----୮,୩୫ Sakhigopal News,13/9/2024

ads

Blog Archive

Popular Posts