ads

Breaking News

କାଠି ଯାତ୍ରା ଶେଷଦିନରେ ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ ଓ ବିସ୍କୁଟ ବଣ୍ଟନ

ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରେ ଅନୁଷ୍ଠିତ ମା ଜାଗୁଳାଇ ଙ୍କ କାଠି ଯାତ୍ରା ଶେଷଦିନରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା। ସମାଜସେବୀ ବାଳକୃଷ୍ଣ ବରାଳଙ୍କ ତତ୍ବାବଧାନରେ  ବରାଳ ଏଣ୍ଟରପ୍ରାଇଜସ ପକ୍ଷରୁ ଥଣ୍ଡା ପାନୀୟ ଜଳ ସହିତ ବଇସ୍ଳଟ ବଣ୍ଟନ କରାଯାଇଥିଲା। ସେହିପରି ପଞ୍ଚାୟତ ର ବଡ ପୋଖରୀ ରେ ଯାତ୍ରାର ଶେଷଦିନ ରେ ଦଶ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ଯାଅଁଳ ଛଡ଼ା ଯାଇଛି। ଯଯାତିକେଶରୀ ରାୟ, ସୁନୀଲ କୁମାର ବରାଳ, ସୁକାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ବିଶ୍ଵାଳ,ଧୃବ ଚରଣ ବିଶ୍ବାଳ, ରଞ୍ଜନ ବିଶ୍ବାଳ,ସୁଧିର କୁମାର ବିଶ୍ୱାଳ ପ୍ରମୁଖ ଙ୍କ ସହଯୋଗ ରେ ପୋଖରୀ ରେ ମାଛ ଯାଅଁଳ ଛଡ଼ା ଯାଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୯/୨୦୨୪----୭,୪୫ Sakhigopal News,19/9/2024

ads

Blog Archive

Popular Posts