ads

Breaking News

ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ୨୪/୨୫ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଚାଲିଥିବା  ଖୋ ଖୋ ଚାମ୍ପିଅନସିପ୍ ର ଉଦଯାପନୀ ସନ୍ଧ୍ୟାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ଡିଇଓ ବରଗଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ  ଅତିଥି ଭାବେ
ଶ୍ରୀ ନିହାର ରଞ୍ଜନ ମହାନନ୍ଦ ବିଧାୟକ, ଅତାବିରା,ଶ୍ରୀ ଇରାସିଶ୍ ଆଚାର୍ଯ୍ୟ ବିଧାୟକ ଭଟଲୀ,ଓ ଶ୍ରୀ ସନତ ଗଡତିଆ ବିଧାୟକ ବିଜେପୁର  ଯୋଗ ଦେଇଥିଲେ ।  ଜିଲ୍ଲା ସ୍ତରୀୟ ଖୋ ଖୋ ଆବାହକ  ଥିଲେ, ଶ୍ରୀ ମଛିନ୍ଦ୍ର ମଲ୍ଲିକ ବିଇଓ ଭେଡେନ ରହିଥିବା ବେଳେ ଅନ୍ୟାନ୍ୟ ବ୍ଲକ୍ ଶିକ୍ଷାଧିକାରୀ ଗଣ ଶ୍ରୀ ଲୋକନାଥ ଭୋଇ ବ୍ଲକ୍ ଶିକ୍ଷା ଅଧିକାରୀ ରାଜବୋରାସମ୍ବର, ସୁଶ୍ରୀ ମିଶ୍ରାଣୀ କୁମ୍ଭାର ବ୍ଲକ ଶିକ୍ଷା ଅଧିକାରୀ ଅତାବିରା,ଶ୍ରୀମତୀ ଭାବନା ସାହୁ ବ୍ଲକ ଶିକ୍ଷା ଅଧିକାରୀ ଅମ୍ବାଭୋନା,ଶ୍ରୀ ଶୁଭମ କୁମର ପତି ବ୍ଲକ ଶିକ୍ଷାଧିକାରୀ ଝାରବନ୍ଧ , ଶ୍ରୀମତୀ ଅମୃତା ସାହୁ ବ୍ଲକ ଶିକ୍ଷା ଅଧିକାରୀ ସୋହେଲା, ଶ୍ରୀ ମକୁନ୍ଦ ମହାରା ବ୍ଲକ ଶିକ୍ଷା ଅଧିକାରୀ ବରପାଲି, ଶ୍ରୀ ନାରାୟଣ ଭୁଏ ବ୍ଲକ ଶିକ୍ଷା ଅଧିକାରୀ ବିଜେପୁର, ଶ୍ରୀ ଚୁଡାମଣି ବାରିକ୍ ବ୍ଲକ ଶିକ୍ଷା ଅଧିକାରୀ ପାଇକମାଲ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ  ବ୍ଲକ ଶିକ୍ଷା ଅଧିକାରୀ ବରଗଡ଼, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ଶ୍ରୀ ସୁଦୀପ୍ତ କୁମାର ନାୟକ ଆଇପିଇ ବରଗଡ଼, ଶ୍ରୀ ସ୍ବାଧୀନ ରଥ ସଭାପତି ନାଗରିକ କମିଟୀ ଭେଡେନ, ଶ୍ରୀ ଉଦ୍ଧବ ବାରିକ ସରପଞ୍ଚ ରେମଣ୍ଡା, ଶ୍ରୀ ଶିବ ପ୍ରସାଦ ଖମାରୀ (PSSA ରେମଣ୍ଡା ହାଇସ୍କୁଲ ) ଶ୍ରୀମତୀ ରାସେଶ୍ବରୀ ଭୋଇ (ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି, ଶ୍ରୀ ମହାଦେବ ଭୋଇ  ପ୍ରଧାନ ଶିକ୍ଷକ, ରେମଣ୍ଡା ହାଇସ୍କୁଲ ଉପସ୍ଥିତ ରହିଥିଲେ।ସଭାପତି ତଥା ସ୍ଵତନ୍ତ୍ର ଅତିଥି ଗଣ ପାଠପଢା ସହିତ କ୍ରୀଡ଼ା ପାଇଁ ସମର୍ପିତ ରହିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।ଏହି କ୍ରୀଡ଼ା ଉତ୍ସବରେ ୧୪ ବର୍ଷର ବାଳିକା ବର୍ଗରେ ଗାଇସିଲେଟ ବ୍ଲକ୍ ରନର୍ସ ଅପ୍ ତଥା ପଦମପୁର ବ୍ଲକ ଚାମ୍ପିଅନ ଟ୍ରଫି ହାସଲ କରିଥିଲେ। ବାଳକ ବର୍ଗରେ ବରଗଡ଼ ରନର୍ସ ଅପ୍ ରହିଥିବା ବେଳେ ପଦମପୁର ବ୍ଲକ  ଚାମ୍ପିଅନ ହୋଇଥିଲେ।ସେହିପରି ୧୭ ବର୍ଷ ବାଳିକା ବର୍ଗରେ ଅତାବିରା ବ୍ଲକ ରନର୍ସ୍ ଅପ୍ ହୋଇଥିବା ବେଳେ ଭେଡେନ ବ୍ଲକ ଚାମ୍ପିଅନ ବିବେଚିତ ହୋଇଥିଲେ ଏବଂ ବାଳକ ବର୍ଗରେ ଝାରବନ୍ଧ ବ୍ଲକ ରନର୍ସ ଅପ୍ ହୋଇଥିବା ବେଳେ ବିଜେପୁର ବ୍ଲକ ଚାମ୍ପିଅନ ହୋଇଥିଲେ।ଉଭୟ ଚାମ୍ପିଅନ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। 
ସ୍ଵତନ୍ତ୍ର ପୁରସ୍କାର ଯଥା ବେଷ୍ଟ୍ ଡାନ୍ସ ଗ୍ରୁପ୍ ତେନ୍ତୁଲି ଟିକ୍ରା ହାଇସ୍କୁଲ, ୱେଲକମ୍ ଡାନ୍ସ ଟିମ୍ ରେମଣ୍ଡା ବାଳିକା ହାଇସ୍କୁଲ , ୱେଲ୍କମ୍ ଦୁଲଦୁଲି ବଜା ଟିମ୍ ରେମଣ୍ଡା ହାଇସ୍କୁଲ, ବେଷ୍ଟ ଭଲେଣ୍ଟିଅର୍ ପ୍ରମୋଦ ସାହୁ ରେମଣ୍ଡା ହାଇସ୍କୁଲ, ଓପନିଂ ଓଡ଼ିଶୀ ନୃତ୍ୟ ଅର୍ଚ୍ଚନା ଶତପଥୀ ରେମଣ୍ଡା ହାଇସ୍କୁଲ ଙ୍କୁ ପ୍ରଦାନ କରାଯାଇଥିଲା। ଏହି ସବୁ ପୁରସ୍କାର ଚିର ସବୁଜ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରାୟୋଜିତ କରାଯାଇଥିଲା। ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ରେମଣ୍ଡା ଉଚ୍ଚ ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ଛାତ୍ର ସାଇଣ୍ଟିଷ୍ଟ ଗୋବିନ୍ଦ ସେଠ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଗୋବିନ୍ଦ ସେଠ ପରିଚାଳନା କରିଥିବା ବେଳେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମହାଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୯/୨୦୨୪----୯,୨୫ Sakhigopal News,20/9/2024

ads

Blog Archive

Popular Posts