ads

Breaking News

ବାଇକ୍ ରେ ଗଞ୍ଜେଇ ଚାଲାଣ... ୧୧ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ



ଭଞ୍ଜନଗର - ବାଇକ୍ ରେ ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ଅବକାରୀ ଥାନା ପୋଲିସ  ଚଢ଼ାଉ କରି ବାଇକ୍ ସହ ୧୧ କିଲୋ ଗଞ୍ଜେଇ ଜବତ କରିଛି । ଘଟଣା ସ୍ଥଳରୁ ବାଇକ୍ ସହ  ଆସାମୀକୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ।  ଭଞ୍ଜନଗର ଅବକାରୀ ଅଧିକାରୀ ଅଲ୍ଲିଭା ମାଝି କୈଣସି ସୁତ୍ରରୁ ଖବର ପାଇ ଖାରିଗୁଡା ଗ୍ରାମ  ନିକଟରେ ଛକି ରହିଥିଲାେ । କନ୍ଧମାଳ ଜିଲ୍ଲାରୁ ଭଞ୍ଜନଗର  ଆସୁଥିବା  ବେଳେ ଖାରିଗୁଡା ନିକଟରେ ଅଟକାଇ ଥିଲା ଅବକାରୀ କର୍ମଚାରୀ । ତଦନ୍ତ ସମୟରେ ମଟରସାଇକେଲ ରେ ଗଞ୍ଜେଇ ନେଉଥିବା ଜଣାପଡିଥିଲା ।  ଏନେଇ ଭଞ୍ଜନଗର ଅବକାରୀ  ଥାନା କେସଂନଂ ୨୯/୨୩ ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠI ଥାନା ଅନ୍ତର୍ଗତ କେକେଲୁଣ୍ଡା ଗ୍ରାମର ବିଦ୍ୟାଧର ସିୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀମତୀ ମାଝି ସୁଚନା ଦେଇଛନ୍ତି ।ଚଢାଉରେ ଏଏସଆଇ ନିରଞ୍ଜନ ବେହେରା, ସନାତନ ନାହାକ,ସୁବଳ ପ୍ରଧାନ,ସ୍ବାଧୀନ ସାହୁ,ଜଗନ୍ନାଥ ମହାପାତ୍ର ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୬/୨୦୨୩----୬,୧୦ Sakhigopal News,8/6/2023

ads

Blog Archive

Popular Posts