ads

Breaking News

ଫକୀରଚରଣ ପାଢ଼ୀ ଙ୍କ ପୁସ୍ତକ ' ମେଳର ବଳ ' ଲୋକାର୍ପଣ


ସାକ୍ଷୀଗୋପାଳ---- ଶିଶୁ ସାହିତ୍ୟିକ ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀରଚରଣ ପାଢ଼ୀ ଙ୍କ ପୁସ୍ତକ " ମେଳର ବଳ  ' ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ସଂଗ୍ରହାଳୟ ସତ୍ୟବାଦୀ ର ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଲୋକାର୍ପଣ ସହ ସମୀକ୍ଷାୟନ ହୋଇଯାଇଛି । କଟକ ଚୌଦ୍ୱାର ର ସମାଜସେବୀ କଲ୍ଲୋଳ ବେହେରା,ବି.ଏଡ଼. ଛାତ୍ର ଭାସ୍କର ସାହୁ,ସଂଗ୍ରହାଲୟ ର ରିସେପନିଷ୍ଟ ସୁଆଣ୍ଡୋ ର ପୁସ୍ତକପ୍ରେମୀ ନନ୍ଦିନୀ ଦାଶ, ସିଲା ବେହେରା,  ଛବିରାଣୀ ବାରିକ,ଆଇନଜୀବୀ  ପ୍ରକୃତିବନ୍ଧୁ କବି ହୃଷୀକେଶ ପାଢ଼ୀ ଓ କୁନି କୁନି ପିଲାମାନଙ୍କ ହାତରେ ଲୋକାର୍ପିତ ହୋଇଯାଇଛି ।  ବିଶ୍ୱନାଥପୁର, ନୂଆଗାଁ ର ସିନେ ବ୍ୟାନର ଆର୍ଟିଷ୍ଟ ତଥା ପୁସ୍ତକପ୍ରେମୀ ପୁଷ୍ପା ବାରିକ ପୁସ୍ତକ ଟିକୁ ସମୀକ୍ଷା କରିଥିଲେ । ପୁସ୍ତକ ଟିରେ ମେଳର ବଳ, ଡ଼ିମିରି ଗଛର ଫଳ ବୋଝ, ଢେଲା ଭଳି ମିତଟିଏ, କଙ୍କଡାର ବର, ବାଘର ଭୟ, ବୁଦ୍ଧିର ବଳ, ଗଛକୁ ସମ୍ମାନ ଆଦି ସାତୋଟି ସରଳ ବୋଧଗମ୍ୟ ଶିଶୁ ମନଲାଖି ଗଳ୍ପ ପିଲାମାନଙ୍କମନକୁ ଛୁଇଁ ପାରିବ ବୋଲି ଅତିଥିମନେ ମତବ୍ୟକ୍ତ କରିଥିଲେ । ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀ  ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଥିଲେ । ଶେଷରେ ସୋମନାଥ ସେନାପତି ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୫/୨୦୨୩----୭,୧୦ Sakhigopal News,13/5/2023

ads

Blog Archive

Popular Posts