ads

Breaking News

ଲଣ୍ଡେଇସାହି ଶ୍ରୀରାମ ମନ୍ଦିରରେ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ


ଭଞ୍ଜନଗର ---ସ୍ଥାନୀୟ ଲଣ୍ଡେଇ ସାହି ସ୍ଥିତ ଶ୍ରୀରାମ ମନ୍ଦିର ପରିସରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରଘୁବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ଉପସଭାପତି ଅନୁପମ ବାନାର୍ଜୀ, ବରିଷ୍ଠ ଉପଦେଷ୍ଟା କୃତ୍ତିବାସ ବିଶ୍ୱାଳ, ଶିବରାମ ପଣ୍ଡା, ଡାକ୍ଟର ସୁବାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ  ସୁରେନ୍ଦ୍ର ନାଥ ଗୌଡ଼, କୋଷାଧକ୍ଷ ବସନ୍ତ ପଣ୍ଡା, ଗରିବ ସ୍ୱାଇଁ, ମାଗତ ବିଷୋୟୀ ପ୍ରମୁଖ ଯୋଗଦେଇଥିଲେ l

       ଚଳିତ ବର୍ଷ ଭଞ୍ଜନଗର ସହରର  ଶଙ୍କର ପାତ୍ର କନ୍ୟାପିତା (ପାର୍ବତୀଙ୍କ )ହୋଇଥିବା ବେଳେ ଶିବଙ୍କ ପିତା ଗଣପତି ଦଳେଇ (ମିଟୁ ) ହୋଇଥିଲେ l ଲଣ୍ଡେଇ ଛକରୁ ବାଟ ବରଣକରି  ଏକ ବିରାଟ ଶୋଭା ଯାତ୍ରାରେ ରାମମନ୍ଦିର ପରିସର କୁ ନିଆ ଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ଏହି ବିବାହ ଉତ୍ସବରେ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ l ପ୍ରକାଶ ଥାଉକି ଏହି ଉତ୍ସବ ବିଗତ କିଛି ବର୍ଷ ଧରି  ଅନୁଷ୍ଠିତ ହୋଇ ଆସୁଅଛି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୫/୨୦୨୩----୮,୪୫ Sakhigopal News 24/5/2023

ads

Blog Archive

Popular Posts