ads

Breaking News

ଟଙ୍କା ଓ ମୋବାଇଲି ଲୁଟ ଅଭିଯୋଗରେ ଦୁଇ ଯୁବକ ଗିରଫ

 


  ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଡିବା ଯୋଗୁ ରାହଯାନୀ, ଲୁଟପାଟ, ମାରପିଟ ,ଗଣ୍ଡଗୋଳ, ବୋମାମାଡ ଓ ଯୁବତୀ ଚାଳାଣ  ମାନ ଭଳି ଘଟଣା ଘଟୁଛି ।  ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ପୋଲିସ ନାମକୁ ମାତ୍ର କେସରୁଜ କରି ଚୁପ ହୋଇ ବସି ରହୁଥିବା ଅଭିଯୋଗମାନ ହେଉଛି । ସୁଚନାଯୋଗ୍ୟ ରେ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ନହଳା ଛକରେ ୧୨ ତାରିଖରେ ଛିନତାଇ ଘଟଣା ଘଟିଥିଲା । ଅହମ୍ମଦପୁର ଗ୍ରାମର ସେଖ ମାଜିଦ ଓ ତାଙ୍କ ଭାଇ ସେଖ ସାହିଦନୂଆସୋମେଶ୍ୱରପୁରରୁ ଫେରୁଥିବା ସମୟରେ ନହଳା ଛକରେ ସୁଶାନ୍ତ ମଲିକ ଓ ମୁନା ବେହେରା ଦୁଇ ଭାଇଙ୍କୁ ଛିନତାଇ କରିବା ଲକ୍ଷ୍ୟ ନେଇ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ । ପ୍ରଥମେ ଗାଳିମନ୍ଦ କରିବା ସହ ଏକ ସାଇକେଲ ଚେନରେ ଆକ୍ରମଣ କରି ସେମାନଙ୍କ ଠାରୁ ୧୫ ହଜାର ଟଙ୍କା ଓ ଏକ ସ୍କାଟ ଫୋନ ଛଡାଇ ନେଇଥିଲେ । ସେଖ ମାଜିଦଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୧୬୫/୨୦୦୩ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଥିଲା । ଅଭିଯୁକ୍ତ ମାନେ ଗ୍ରାମରେ ଲୁଜି ରହିଥିବା ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଅଭିଯୁକ୍ତଙ୍କ ଘର ଉପରେ ଚଡାଉ କରି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ଲୁଟ କରିଥିବା ସ୍କାଟଫୋନ ସହିତ ଏକ ସାଇକେଲ ଚେନ ଜବତ କରିଛନ୍ତି ।  ଅଭିଯୁକ୍ତ ମାନଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୫/୨୦୨୩---୪,୪୦  Sakhigopal News , 15/5/2023

ads

Blog Archive

Popular Posts