ads

Breaking News

ଏମ ବି ଏ ଛାତ୍ରଛାତ୍ରୀ ମାନେ ସାକ୍ଷୀଗୋପାଳ ଇ-ନାମ ନଡିଆ ମାକେର୍ଟ ପରିଦର୍ଶନ କଲେ



ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଚାଲିଥିବା ଇ-ନାମ ନଡିଆ ମାର୍କେଟ ସହିତ ବିଭିନ୍ନ ନଡିଆ ଗୋଦାମ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର ବିଜେବି ଅଟୋନମସ କଲେଜର ଛାତ୍ରଛାତ୍ରୀ ମାନେ । ସେମାନେ ସାକ୍ଷୀଗୋପାଳରେ ନଡିଆ କିପରି କିଣା ବିକା କରାଯାଉଛି ତାହା ଦେଖିବା ସହିତ ନଡିଆ ଚାଷୀ ଗୋପାଳ ବେହେରା ଓ ସୁରରାଜ ରଥଙ୍କ ସହିତ ନଡିଆ ବେପାର ସମ୍ପର୍କେ ଆଲେଚନା କରିଥିଲେ । ଏହି ସମୟରେ ସାକ୍ଷୀଗୋପାଳ ଆରଏମସିର କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀ ମାନେ ନଡିଆ ଗୋଦାମରେ ବିଭିନ୍ନ କିସମର ନଡିଆ ଦେଖିବା ସହିତ ଶୁଖିଲା ନଡିଆ ତଥା ଖୁରୁଡ ନଡିଆ ସମ୍ପର୍କେ ପଚାରି ବୁଝିବା ସହ ନିଜ ନିଜ ପାଇଁ ପ୍ରେଜେକ୍ଟ ପ୍ରସ୍ତୁତ କରିଥିଲେ ।ସେହିପରି ସାକ୍ଷୀଗୋପାଳ ଆରଏମସି ଅଧିନରେ ଥିବା ସମସ୍ତ ମାର୍କେଟ ପରିଦର୍ଶନ କରିବା ସହ ନଡିଆ କତାରୁ ପାରୁ ବାହାର କରାଯାଉଥବା ଓ ସେଥିରେ ପ୍ରସ୍ତୁତ କରାଯାଉଥିବା ସମାଗ୍ରୀ ପରିଦର୍ଶନ କରିବେ ବୋଲି ସାକ୍ଷୀଗୋପାଳ ନିୟତିନ୍ତ୍ର ବଜାର କମିଟିର ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ ସୁଚନା ଦେଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୩---୫,୧୦   Sakhigopal News 22/5/2023

ads

Blog Archive

Popular Posts