ads

Breaking News

ଘରେ ଘରେ ସାବିତ୍ରୀ ପୂଜା ପାଳିତ , ଆମ୍ବ, ପଣସ, ଧୁଆମୁଗ, ନଡିଆ,କଦଳୀ ବାସ୍ନାରେ କମ୍ପିଲା



ସାକ୍ଷୀଗୋପ।।ଳ---  ସତ୍ୟବାଦୀରେ ଘରେ ଘରେ ସାବିତ୍ରୀଙ୍କ ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଘରେ ଘରେ ଆମ୍ବ, ପଣସ, ସପୁରୀ, ପାଚିଲା କଦଳୀ, ଧୁଆମୁଗ ବାସ୍ନାରେ ଘର ଗୁଡିକ ମହକିଉଠିଥିଲା । ପୁରାଣ ଶାସ୍ତ୍ର ମତ ଅନୁସାରେ ଓଡିଶାରେ ସାବିତ୍ରୀଙ୍କର ଏହି ପୂଜା ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ । ସ୍ୱାମୀର ଆୟୁସ କାମନା କରି ମହିଳା ମାନେ ଏହି ବତ୍ର କରିଥାନ୍ତି । ସଧବା ମହିଳା ମାନେ ସକାଳୁ ସକାଳୁ ଉଠି ଘର ଦ୍ୱାର ଲିପା ପୋଛା, ଧୁଆ ଧୋଇ  କରିବା ସହ ନିତ୍ୟକର୍ମ ସାରିବା ପରେ ଘର ଦୁଆର ମୁହଁରେ ଚିତା ପକାଇଥାନ୍ତି ।  ଧୁଆମୁଗ, ଆମ୍ବ, ପଣସ, ତାଳ, ଖଗୁରୀକୋଳି, ସେଓ, ଅଙ୍ଗୁର, ଡାଳିମ୍ବ, କମଳା, ଚାଉଳିଆ, ଲିଚୁକୋଳି,ନଡିଆ , ପାଚିଲା କଦଳୀ , ସପୁରୀ ଆଦି ଫଳମୁଳ ଭୋଗ ଅର୍ପଣ କରାଯାଇଥାଏ । ଏହା ସହିତ ନୂତନ ଲୁଗା, ସିନ୍ଦୁର, କାଚ, ଅଳତା ମା ସାବିତ୍ରୀଙ୍କୁ ଅର୍ପଣ କରାଯାଇଥାଏ । କେତେକ ଯାଗାରେ ମହିଳା ମାନେ ବିଷ୍ଣୁ ମନ୍ଦିର, ଶିବ ମନ୍ଦିର ମାନଙ୍କରେ ପୂଜା ପାଠ କରିଥାନ୍ତି । ଅନେକ ସ୍ଥାନରେ ବାହ୍ମଣ ମାନଙ୍କ ଦ୍ୱାରା ଚଉରା ମୂଳରେ ପୂଜା କରାଯାଉଥିବା ବେଳେ କେତେକ ଗ୍ରାମରେ ଶିଳପୁଆରେ ବଟା ହଳଦୀରେ ମା ସାବିତ୍ରୀଙ୍କ ପ୍ରତିମୂର୍ତ୍ତି କରାଯାଇ ବିଭିନ୍ନ ଫୁଲ, ଦୁବ, ବରକୋଳି ପତ୍ର, ଛିଟ କନା ସହିତ ବିଭିନ୍ନ ସୁନା ଅଳଙ୍କାରରେ  ସୁସଜିତ କରାଯାଇ ମାଙ୍କ ପାଖରେ ଦୀପ, ଧୁପ ଦେଇ ପୂଜା ପାଠ କରାଯାଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୧୯/୫/୨୦୨୩---୭,୨୫  Sakhigopal News,19/5/2023

ads

Blog Archive

Popular Posts