ads

Breaking News

ବାଲିଗୁଡା ରେ ଦଶମ ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଂ ପାଳିତ ହୋଇଯାଇଛି

 
କନ୍ଧମାଳ ---ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ କାର୍ଯ୍ୟାଳୟ ଠାରେ କନ୍ଧମାଳ ସାଂସଦ ତଥା କିସ୍ସ କୀଟ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଆର୍ଟ ଅଫ ଗିଭିଂ ସମାରୋହ ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ, ବାଲିଗୁଡା ଏନ. ଏ. ସୀ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବାଲିଗୁଡା ନଗର ବିଜେଡି ସଭାପତି ଅବନୀକାନ୍ତ ନାୟକ, ବାଲିଗୁଡା ବ୍ଲକ ବିଜେଡି ଉପ-ସଭାପତି ବିଜେଶ୍ୱର ମଳିକ, ବାରଖମା ସରପଞ୍ଚ କୁମୁଦିନୀ ମଳିକ ଓ ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ସୁଶାନ୍ତ ମଣ୍ଡଳ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଉପସ୍ଥିତ ଅତିଥି ବୃନ୍ଦ ଆର୍ଟ ଅଫ ଗିଭିଂ ର ଆଭିମୁଖ୍ୟ ନେଇ ସମସ୍ତ ଙ୍କୁ ବାର୍ତା ପ୍ରଦାନ କରିଥିଲେ l ଚଳିତ ବର୍ଷ  ଆର୍ଟ ଅଫ ଗିଭିଂ ର ଥିମ ରହିଛି "ହେଲପିଂ ଦି ହେଲ୍ପ " ସାହାଯ୍ୟକାରୀ କୁ ସାହାର୍ଯ୍ୟ l ଏହି ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ମାଧ୍ୟମରେ ଅହରୋହ ସେବା ପ୍ରଦାନ କରୁଥିବା ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ଙ୍କୁ ଉତ୍ସାହିତ କରାଯିବା ସହ ସେବା ପ୍ରଦାନ ନେଇ କୃତଜ୍ଞତା ଜଣେଇଥିଲେ ଅତିଥିବୃନ୍ଦ l ଆର୍ଟ ଅଫ ଗିଭିଂ ପାଳନ ଅବସରରେ ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଆଶା କର୍ମୀ, ଏ.ଏନ.ଏମ, ଆମ୍ବୁଲାନ୍ସ ଡ୍ରାଇଭର,ସଫେଇ କର୍ମଚାରୀ,କମ୍ମ୍ୟୁନିଟି ହେଲର୍ଥ ଅଫିସର ଙ୍କୁ ଉପହାର ପ୍ରଦାନ କରାଯାଇଥିଲା l କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଖୁସି, ସଂପ୍ରତି, ଶାନ୍ତି ଓ ମୈତ୍ରୀ ବଣ୍ଟନ ନେଇ ଆର୍ଟ ଅଫ ଗିଭିଂ ର ଏହି ପ୍ରୟାସ କୁ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ସମସ୍ତ ଅତିଥି ବୃନ୍ଦ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୭/୫/୨୦୨୩---୯,୫୫ Sakhigopal News,17/5/2023

ads

Blog Archive

Popular Posts