ads

Breaking News

୫୦ହଜାର ଟଙ୍କା ପାଇଁ ମହିଳାଙ୍କୁ ଶାରୀରିକ ଓ ମାନସିକ ଯତ୍ନଣା ; ସତ୍ୟବାଦୀ ଥାନାରେ ଅଭିଯୋଗ



ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନାରେ ଇନ୍ଦିପୁର ବଡସାହି ଗ୍ରାମର କେଳୁ ସ୍ୱାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ମମତା ସ୍ୱାଇଁ ବୀରମକୁନ୍ଦପୁର ଗ୍ରାମର ପ୍ରଫୁଲ ଜେନାଙ୍କ ପୁଅ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ୨୦ ବର୍ଷ ତଳେ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ । ଏବେ ତାଙ୍କର ଦୁଇଟି ପୁଅ ଓ ଦୁଇଜଣ ଝିଅ  ସନ୍ତାନ ରହିଛନ୍ତି । ବିବାହ ସମୟରେ ପୁଅ ଘର କଥା ଅନୁସାରେ ସମସ୍ତ ଜାନି ଯୌତୁକ ଦିଆଯାଇଥିଲା । ଏବେ ପ୍ରକାଶ ମମତାଙ୍କୁ ବାପା ଘରୁ ୫୦ ହଜାର ଟଙ୍କା ଆଣିବା ପାଇଁ କହିବା ସହ ଶାରୀରିକ ଓ ମାନସିକ ଯତ୍ନଣା ଦେଉଥିଲେ ।ଏପରିକି  ୫ ବର୍ଷ ହେବ  ଅକଥନୀୟ ଭାବେ ଶାରୀରିକ ଓ ମାନସିକ ଯତ୍ନଣା ଦେଇଆସୁଥିଲେ । ଏହାକୁ ନେଇ ଭଦ୍ରଲୋକଙ୍କ ସହଯୋଗରେ ଆଲେଚନା କରାଯାଇ ପ୍ରକାଶ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ସେ ତାଙ୍କର ସେହି ପୁରୁଣା କଥା ଜାରି ରଖିଥଲେ । ୨୬ ତାରିଖରେ ଝି÷ଅ ମମତା ଫୋନ କରି ଜଣାଇଥିଲେ ତୁରନ୍ତ ବାପା ତମେ ଆସି ମତେ ନେଇଯାଅ ନଚେତ ତମ ଜ୍ୱାଇଁ ପ୍ରକାଶ ମତେ ମାରିଦେବେ । ଫୋନ ପାଇ ମୁଁ ଆସ ିଦେଖିବା ବେଳକୁ ମୋ ଝିଅର ବିଭିନ୍ନ ସ୍ଥାନକୁ ମାଡ ମାରି ରକ୍ତ ଝରୁଛି । ଏହାକୁ ନେଇ ସତ୍ୟବାଦୀ ଥାନାରେ କେଳୁ ସ୍ୱାଇଁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୫/୨୦୨୩----୯,୧୦ 

  Sakhigopal News, 27/5/2023

ads

Blog Archive

Popular Posts