ads

Breaking News

କ୍ରାନ୍ତିପଡାର ଆଗଧାଡ଼ିର ବ୍ଯକ୍ତି ଘନଶ୍ୟାମଙ୍କର ଦେହାନ୍ତ


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର କ୍ରାନ୍ତିପଡାର ଘନଶ୍ୟାମ ସୁନା ୫୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ କ୍ରାନ୍ତିପଡାର ଆଗଧାଡ଼ିର ବ୍ଯକ୍ତି ଥିଲେ, ପଡା ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ରେ ସହଯୋଗ କରି ଆସୁଥିଲେ। କ୍ରାନ୍ତିପଡାର ଅପୂରଣୀୟ କ୍ଷତି ହେଲା ବୋଲି ଚର୍ଚ୍ଚା ହେଉଛି।ତାଙ୍କର ପଛରେ ବାପା ବଂଶୀଧର ସୁନା, ବିଧବା ପତ୍ନୀ ଶୁଷମା, ଭାଇବୋହୂ, ଦୁଇ ପୁଅ ନବୀନ, ଚନ୍ଦ୍ରଶେଖର ସମେତ ନାତିନାତୁଣୀ ଅଛନ୍ତି ।ତାଙ୍କର ଶେଷ ଦର୍ଶନ କରିବା ପାଇଁ ପଡାର ସମସ୍ତ ମହିଳା, ପୁରୁଷ, ଯୁବକ, ଯୁବତୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୁହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶବାଧାରରେ ପଡା ର ସମସ୍ତ ବୃଦ୍ଧ, ଯୁବକ ସାମିଲ ହୋଇଥିଲେ। ଥୁଆପାଲି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ପୁତ୍ର ନବିନ ମୁଖାଗ୍ନି ଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୫/୨୦୨୩----୮,୧୦ Sakhigopal News,29/5/2023

ads

Blog Archive

Popular Posts