ads

Breaking News

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ



ଜଟଣୀ,---- ଜଟଣୀ ଥାନା  ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି  ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଅରୁ ଭୋଇ (୨୭)। ସମସ୍ତ ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। 
ସୂଚନାଯୋଗ୍ୟ ଯେ, ଗତ ୩ଦିନ ପୂର୍ବେ ଅର୍ଥାତ୍ ୨୬ତାରିଖରେ ପୀଡ଼ିତା ଯୁବତୀ ଘରେ ଏକୁଟିଆଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଅରୁ ଘରେ ପସି ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବତୀଙ୍କ ସମ୍ପର୍କୀୟ ଜଣେ ନାବାଳିକା କବାଟ ବାଡ଼େଇ ଥିଲେ ମଧ୍ୟ କବାଟ ଖୋଲି ନ ଥିଲା ଅରୁ। କିଛି ସମୟ ପରେ ଅଭିଯୁକ୍ତ ଜଣଙ୍କ କବାଟ ଖୋଲି ବାହାରକୁ ଆସିି ଉକ୍ତ ନାବାଳିକା ଝିଅକୁ ଧକ୍କା ମାରି ଦୌଡ଼ି ପଳାଇଥିଲା। ପରିବାର ଲୋକ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣି ଥାନାରେ ଅଭିଯୋଗ କରିଥିଲେ।   ତେବେ ଅଭିଯୁକ୍ତ ଅରୁ ଜଣେ ରାଜନୈତିକ ଦଳର ସକ୍ରିୟ କର୍ମୀ ଥିବାରୁ ମାମଲା ରଫା ଦଫା କରିବାକୁ ବହୁ ଉଦ୍ୟମ ଚାଲିଥିଲା। ଏହି ଖବର ଚାରିଆଡେ ପ୍ରଚାରିତ ହେବା ପରେ କୌଣସି ସୁଯୋଗ ନ ପାଇ ପୁଲିସ୍ କେସ ନଂ ୨୦୩/୫ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂ ସୂଚନା ଦେଇଛନ୍ତି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୫/୨୦୨୩----୬,୨୫ Sakhigopal News,31/5/2023

ads

Blog Archive

Popular Posts