ads

Breaking News

ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ଠିକାକର୍ମଚାରୀ ୩ଦଫା ଦାବି ନେଇ କଳାବ୍ୟାଚ ପରିଧାନ


ଭଞ୍ଜନଗର--ବିଦ୍ୟୁତ୍ ବିତରଣ ସଂସ୍ଥାର କାର୍ଯ୍ୟକୁ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ। ତିନି ଦଫା ଦାବି ନେଇ ଆଜି ଠାରୁ କଳାବ୍ୟାଚ ପରିଧାନ କରିଛନ୍ତି । ଏହି ଆନ୍ଦୋଳନ ୧୫ ତାରିଖ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି। ଦକ୍ଷିଣାଞ୍ଚଳ ବିଦ୍ୟୁତ୍ କ୍ଷେତ୍ର ଅଧିନରେ ରହିଥିବା ୧୯ ଗୋଟି ଡିଭିଜନ ତଥା ୯ଟି ଜିଲ୍ଲାର ପ୍ରାୟ ୨୯୧୬ ଜଣ ଠିକା ଓ ନିୟମିତ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଭଞ୍ଜନଗର ବିଦ୍ୟୁତ୍ ଡିଭିଜନ ଅଧୀନରେ ରହିଥିବା କର୍ମଚାରୀ ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ଦାବି ଅନୁଯାୟୀ ଦୀର୍ଘ ୧୧ ମାସ ଧରି ଚଳାଇଥିବା ଆନ୍ଦୋଳନ ପରେ ହୋଇଥିବା ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ପୁରଣା ଠିକା ଶ୍ରମିକ ମାନଙ୍କୁ ସମ୍ମାନ ନମିଳିବା ସହ ଶୋଷଣ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଭାଗ ଭାଗ ନୀତି ବନ୍ଦ କରିବା ଓ ପୁରୁଣା କର୍ମଚାରୀଙ୍କୁ ଚାକିରୀ କ୍ଷେତ୍ରରେ ଅଗ୍ରାଧିକାର ଦେବା ଆଦି ଦାବି ନେଇ ପ୍ରତିବାଦ ଜଣାଇଛନ୍ତି। ଯଦି ଏହା ମଧ୍ୟରେ ଦାବି ପୂରଣ ନହୁଏ ତେବେ ଆସନ୍ତା ୧୬ ତାରିଖରୁ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୫/୨୦୨୩---୭,୦୦ Sakhigopal News,10/5/2023

ads

Blog Archive