ads

Breaking News

ଭଞ୍ଜନଗର ରେ ବିଶ୍ଵଶ୍ରମିକ ଦିବସ ପାଳିତ



ଭଞ୍ଜନଗର-- ନାୟକ ଭବନ ପରିସରରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ  ଆଇନଜୀବୀ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି  ସୋମନାଥ ନାୟକ । ମୁଖ୍ୟ ଅତିଥି ଭାବେ ଓକିଲ ସଙ୍ଘର ସଭାପତି  ଅଭିମନ୍ୟୁ ଗୌଡ଼, ସମ୍ମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ବିଷୋୟୀ , ଆଇନଜୀବୀ ବିଜୟ କୁମାର ପାତ୍ର, ବାଉଁଶ ଲୁଣ୍ଡି ରାଧାକୃଷ୍ଣ ପାଠାଗାର ର ସଭାପତି ନିରଞ୍ଜନ ପ୍ରଧାନ ଓ ସମାଜସେବୀ ବିଦ୍ୟାଧର ପ୍ରଧାନ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜ୍ୟୋତିରାଜ ପତି, ଲଡ଼ୁକିଶୋର ପ୍ରଧାନ, ରଘୁନାଥ ପାତ୍ର, ବିପିନ ବିହାରୀ ପ୍ରଧାନ ଶ୍ରୀନିବାସ କର. ପଦ୍ମନାଭ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।  ବାଳକୃଷ୍ଣ ପାଢ଼ୀ ପୂର୍ବତନ ବିଦ୍ୟୁତ ଶ୍ରମିକଙ୍କୁ ତାଙ୍କ ଚାକରି ଜୀବନରେ ଉତ୍ତମ ସେବା ଜନସାଧାରଣ ଙ୍କୁ ଦେଇଥିବାରୁ ତାର ନିଦର୍ଶନ ସ୍ୱରୂପ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସଭାଶେଷରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରିକୃଷ୍ଣ ସାହୁ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୫/୨୦୨୩----୧୧,୫୦ Sakhigopal News,2/5/2023

ads

Blog Archive

Popular Posts