ads

Breaking News

ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ମିଳିଲା ପୁରାତନ ଚକ୍ର




ନୟାଗଡ----- ନୟାଗଡ ଜିଲ୍ଲାର ଖଣ୍ଡପଡ଼ାବ୍ଲକ ଅନ୍ତର୍ଗତ କଣ୍ଟିଲୋଶ୍ରୀ ନିଳ ମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ବହୁ ବର୍ଷର ପୁରାତନ ମଣିଖମ୍ବର ଚକ୍ର ମିଳିଛି।ଚନ୍ଦନ ପୋଖରୀର ନବୀକରଣ କାମ ଚାଲିଛି।ରବିବାର ଅପରାହ୍ନରେ ପୁଷ୍କରିଣୀ ପାର୍ଶ୍ଵରେ ବାସ କରୁଥିବା ହାଟମୁଣ୍ଡପାଟଣା ଗ୍ରାମର ଜଣେ କଂସା ପିତଳ କାରିଗର ପ୍ରଦୀପ କୁମାର ମହାପାତ୍ର କୌଣସି କାମରେ ପୁଷ୍କରିଣୀକୁ ଯାଇଥିଲେ।ସେଠାରେ ପଙ୍କରେ ପୋତି ହୋଇ ରହିଥିବା ଚକ୍ରର କିଛି ଅଂଶ ଦେଖିବା କୁ ପାଇ ଥିଲେ। କୌତୁହଳ ବଶତଃ ସେ ଉକ୍ତ ଚକ୍ରକୁ ବାହାର କରିଥିଲେ।ଏହା ପରେ ଉକ୍ତ ଚକ୍ର ସହ ଦଧିନଉତିକୁ ଉଧାର କରିଥିଲେ।ଚକ୍ର ଟିକୁ ସଫା କରିବା ପରେତାହା ଅଷ୍ଟ ଧାତୁରେ ନିର୍ମିତ ହୋଇ ଥିବାର ମହାପାତ୍ର ସୂଚନା ଦେଇଥିଲେ।ପରେ ସେ ନିଳମାଧବ ପୂଜକ ସମାଜର ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ନୀଳ ମାଧବ ମିଶ୍ରଙ୍କୁ ଅବଗତ କରିବା ସହ ନିଳମାଧବମନ୍ଦିର ଦେବୋତ୍ତର ମ୍ୟାନେଜର ହରିହର ଦାସଙ୍କୁ ଅଵଗତ କରାଇଥିଲେ। ଉକ୍ତ ଚକ୍ର କୁ ଦେଖିବାକୁ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଉଦ୍ଧାର ପରେ ଉକ୍ତ ଚକ୍ରକୁ ସନ୍ଧ୍ୟାରେ ପୋଖରୀ ପାର୍ଶ୍ୱ ନୀଳ ମାଧବ ଜୀଉଙ୍କ ଚନ୍ଦନ ଚକଡ଼ା (ଚାପମନ୍ଦିର)ରେ ରଖାଯାଇଛି।ସୂଚନାଯୋଗ୍ୟ ଉକ୍ତ ଚକ୍ର1965ରେ ଭାଙ୍ଗି ପୋଖରୀ ରେ ପଡ଼ିଥିବା ଲୋକମାନେ କହନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୫/୨୦୨୪----୧୧,୫୫ Sakhigopal News,2/5/2023

ads

Blog Archive

Popular Posts