ads

Breaking News

ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ ବଣ୍ଟନ ସହିତ ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ

 
ବରଗଡ଼---- ବରଗଡ ଜିଲ୍ଲା  ସୋହେଲାଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ 14 ଜଣ ମୃତକଙ୍କ ପରିବାରଙ୍କୁ 28 ଲକ୍ଷ 70 ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ jyଦିଆଯାଇଛି । 42 ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ପାଇଁ 21 ଲକ୍ଷ ଟଙ୍କା, 8 ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ପାଇଁ 80 ହଜାର 400 ଟଙ୍କା ଏବଂ 1 ହଜାର ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଟଲି  ବିଧାୟକ  ସୁଶାନ୍ତ ସିଂହ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରୋଜି ନାଏକ, ଡିଭିଜନାଲ ଲେବର କମିଶନର ମାନଭଞ୍ଜନ ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ପୂର୍ବତନ ସରପଞ୍ଚ ସୁବୋଧ ପଧାନ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୫/୨୦୨୩----୬,୨୦ Sakhigopal News,12/5/2023

ads

Blog Archive