ads

Breaking News

ତିରିଶି କିଲୋ ଗଞ୍ଜେଇ ଜବତ,ଦୁଇ ବେପାରୀ ଗିରଫ


ପୁରୀ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଅବକାରୀ ଉପନିରୀକ୍ଷକା ସ୍ଵୟଂ ପ୍ରଜ୍ଞା ଶୁଭଦର୍ଶୀନୀ ଙ୍କ ନେତୃତ୍ୱରେ ଏକ ଟିମ ଚନ୍ଦନପୁର ଥାନା ଅଧୀନରେ ଥିବା ତୁଳସୀ ଚଉରା ଛକ ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ  ଦିଲ୍ଲୀପ ଦିଗାଲ,ବୟସ - 34ବର୍ଷ, ଅନ୍ୟ ଜଣେ ସିମନ  ଦିଗଲ, ଗ୍ରାମ- ସିନ୍ଦିପାଙ୍ଗ ଥାନା - ବାଲିଗୁଡା। ସେମାନଙ୍କ ଗିରଫ କରି ତାଙ୍କ ଠାରୁ 30 କିଲୋ ଗଞ୍ଜେଇ ଜବତ କରାଯାଇଛି।  ଏବଂ Mahendra Bolero plus ଗାଡି ଜବତ କରାଗଲା । ପୁରୀ ଅବକାରୀ ଥାନା କେସ ନଂ ,32/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ 300000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ  ବିଭାଗର ଏ ଏସ ଇ ମାନସ କୁମାର ମିଶ୍ର,ସନ୍ତୋଷ କୁମାର ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ ଏବଂ କର୍ମଚାରୀ ଭିକ୍ଟୋରିଆ ଦୁଙ୍ଗୁ ଡୁଙ୍ଗୁ,ବିଶ୍ୱଜିତ୍ ମହାପାତ୍ର, ସୁଭସ୍ମିତ ,ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩----୧୧,୩୦ Sakhigopal News,5/5/2023

ads

Blog Archive

Popular Posts