ads

Breaking News

ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ




ଭଞ୍ଜନଗର---ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଡଃ ସୁଜାତା ଦାଶ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ  ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।  କଲେଜ ଅଧ୍ୟକ୍ଷ ଡଃ ଜୟରାମ ସେନାପତି  ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପିକା ଡଃ ସୁଜାତା ଦାଶ ଓ କର୍ମଚାରୀ ସୁବାଷ ଚନ୍ଦ୍ର ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ଅଧ୍ୟକ୍ଷ ଡଃ ସେନାପତି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଅମୂଲ୍ୟ କୁମାର ଶତପଥୀ ଓ ସ୍ବର୍ଣ୍ଣମୟୀ ମହାରଣା    ଆଲୋଚନାରେ ଭାଗ ନେଇ ଶ୍ରୀମତୀ ଡଃ ଦାଶ ଓ ଶ୍ରୀ ମହାପାତ୍ରଙ୍କ  କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡଃ ସଂଯୁକ୍ତ ପଟ୍ଟନାୟକ,ଶ୍ରୀମତୀ ସୁବାସିନୀ ଦେବୀ,ସୁପ୍ରଭା ବେହେରା,ସଦ୍ଧ୍ୟାରାଣୀ ପ୍ରଧାନ,ପୁଷ୍ପାଞ୍ଜଳି ପଟ୍ଟନାୟକ,ପ୍ରେମଚାନ୍ଦ ମଲ୍ଲିକ,ସନ୍ତୋଷ କୁମାର ମହାନ୍ତି,ଉର୍ମିଳା ପାଟ୍ଟଯୋଶୀ,ମୋନାଲିସା ସାହୁ,ଫକଜ କୁମାର ଦାଶ,ଶ୍ରୀୟା ପ୍ରଧାନ,ହେମଲତା ଭୋଇ, ବିରଞ୍ଚି ନାରାୟଣ ଆଚାର୍ଯ୍ୟ,ସଂସ୍ଲିତା ମିଶ୍ର,ପ୍ରକାଶ ଚନ୍ଦ୍ର ମହାନ୍ତି,ଧୋବା ଜେନା, ସନ୍ତୋଷ କୁମାର ସାହୁ,ପୁଷ୍ପାସିଂ,ପ୍ରଭାତି ମିଶ୍ର,ସ୍ବରାଜ୍ୟ ରାଉଳ,ଦିବାକର ବାହାଦୁରୁ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୫/୨୦୨୩----୧,୨୫ Sakhigopal News,5/5/2023

ads

Blog Archive

Popular Posts