ads

Breaking News

ଓଦା ଶୁଖିଲା ପଦ୍ଧତି ରେ ଧାନ ଚାଷ ସମ୍ବନ୍ଧରେ ତାଲିମ ଶିବିର



 
ବରଗଡ଼--- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସିଆଲଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଵେଚ୍ଛାସବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ କୋର୍ କର୍ବନ ଏକ୍ସ ସୋଲୁସନ ପ୍ରାଇଭେଟ ଲିମିଟେଡ ( ସିସିଏକ୍ସ ) ର ମିଳିତ ଆନୁକୂଲ୍ୟ ରେ ଓଦା ସୁଖିଲା ପଦ୍ଧତି ରେ ଧାନଚାଷ ସମ୍ବନ୍ଧରେ ଏକ ଗ୍ରାମ୍ୟ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ରସାନନ୍ଦ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିସିଏକ୍ସ ର ପ୍ରକଳ୍ପ ଚିରନ୍ତନ ଧାନ ଉତ୍ପାଦନ ଯୋଜନା ର ଓଦା ଶୁଖିଲା ପଦ୍ଧତି ରେ ଧାନ ଚାଷ ସମ୍ବନ୍ଧରେ  ସୁବୋଧ କୁମାର ସାହୁ ମହାଶକ୍ତି ଫାଉଣ୍ଡେସନ ର ପ୍ରକଳ୍ପ ମୁଖ୍ୟ ତାଲିମ ପ୍ରଦାନ କରିଥିଲେ । ପରିଶେଷରେ ମହାଶକ୍ତି ଫାଉଣ୍ଡେସନ ର ସ୍ଵେଚ୍ଛାସେବୀ ରମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୪/୨୦୨୩----୮,୧୦ Sakhigopal News,4/4/2023

ads

Blog Archive