ads

Breaking News

ଖୋର୍ଦ୍ଧା ଜିଲ୍ଲାର ଶେଷ ମେଳଣ ତିରିମଲ ଓ ଗୋପୀନାଥ ଦେବଙ୍କ ମେଳଣ ଉଦଯାପିତ




ଖୋର୍ଦ୍ଧା /ଜଟଣୀ ---- ଅଭିବକ୍ତ ପୁରୀ ଜିଲ୍ଲାର ପ୍ରସିଦ୍ଧ ତିରିମଲ ଭାଗବତ ବାସୁଦେବ ଓ ଗୋପୀନାଥ ଦେବଙ୍କ ମେଳଣ ଉଦଯାପିତ ହୋଇଯାଇଛି। ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମେଳଣ ଆଜି ମଙ୍ଗବାର ଚତୁର୍ଥ ଦିନରେ ଉଦଯାପିତ ହୋଇଛି। ୧୮୭୬ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳଣରେ ଅବିଭକ୍ତ ପୁରୀ ଜିଲ୍ଲାର ପ୍ରାୟ ୬୪ ଠାକୁର ଦୂର ଦୁରାନ୍ତରୁ ଆସି ଏହି ମେଳଣରେ ସାମିଲ୍ ହୋଇଥିଲେ।
ପରମ୍ପରା ଅନୁଯାୟୀ ପ୍ରଥମେ ଗୋପୀନାଥ ଦେବ ଖୁଣ୍ଟଲାଗି ହେବା ପରେ ପରେ ବୁଢ଼ା ଭାଗବତ ବାସୁଦେବ ଓ ରାଧାମୋହନ ଙ୍କ ସମେତ ଗ୍ରାମ୍ୟ ଏବଂ ଅନ୍ୟାନ୍ୟ ଠାକୁର ଖୁଣ୍ଟ ଲାଗି ହୋଇଥିଲେ।
ଚାରିଦିନ ବ୍ୟାପୀ ଚାଲିଥିବା ଏହି ମେଳଣରେ ଦୋକାନ ବଜାର ସାଙ୍ଗକୁ ପ୍ରତିଦିନ ଅପେରା ପ୍ରଦର୍ଶନ ହେଇଥିଲା। ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଆଜି ଉଦଯାପନ ବା ମେଳଣ ଉତ୍ସବରେ ଆତସବାଜି ସାଙ୍ଗକୁ ପାରମ୍ପରିକ ବାଦ୍ୟ,ନୃତ୍ୟରେ ଠାକୁରଙ୍କୁ ମେଲାଣି ଦିଆଯାଇଥିଲା।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୪/୨୦୨୩---୮,୪୫ Sakhigopal News,4/4/2023

ads

Blog Archive