ads

Breaking News

ସତ୍ୟବାଦୀରେ ୮୮ ତମ ଉତ୍କଳ ଦିବସ ପାଳିତ



ସାକ୍ଷୀଗୋପାଳ----  ପୁରୀ ଜିଲ୍ଲା ଉତ୍କଳ ସମ୍ମଳନୀ ଅନୁଷ୍ଠାନ ପକ୍ଷରୁ ସତ୍ୟବାଦୀର ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଜିଲ୍ଲା ସଭାପତି ତଥା ଗବେଷକ ଭୀମସେନ ମହାପାତ୍ର  ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରୁ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଳ୍ୟ ଅର୍ପଣ କରାଯିବା ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । କବୟତ୍ରୀ ସୁଜତା ଦେବୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଷଲ । ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପ୍ରଧାନ, ଅଧ୍ୟାପ୍ରକ ନରେନ୍ଦ୍ର ବେହେରା, ଲେଖକ ବନମାଳୀ ବେହେରା, କବି ରଞ୍ଜନ ମିଶ୍ର, ଶିଶୁ ସାହିତ୍ୟକ ହେମନ୍ତ କୁମାର ଛୋଟରାୟ, କବୟିତ୍ରୀ ବିଶାଖା ଦେବୀ, ଲେଖିକା ସୁନ୍ଦନ୍ଦା ମହାନ୍ତି, ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା,  ଦିଗମ୍ବର ରଥ, ଗାନ୍ଦୀ ତତ୍ୱ ପ୍ରଚାରକ ଅନାମ ମଲିକ, ପରିବେଶ ପ୍ରେମୀ ହୃଷିକେସ ପାଢ଼ୀ, ଜିଲାପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ, ବୁଦ୍ଧିଜିବୀ ଗଜେନ୍ଦ୍ର ମହାପାତ୍ର, ଗୌତମ ମଲି. ଅନୂସୟା କାଣ୍ଡି ଓ ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗ ଦେଇ  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର  ପ୍ରଚାର ପ୍ରସାର କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଯେପରି ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ କରାଯିବ ସେଥି ପ୍ରତି ଗୁରୁତ୍ୱ ଦେଇଥିଲେ ।  ଶେଷରେଅଭୟ ଚରଣ ସାହୁ ଧନ୍ୟବାଦ  ଦେଇଥିଲେ । ଏହି ଅବସରରେ ଫକୀର ଚରଣ ପାଢ଼ୀଙ୍କ ରଚିତ ପୁସ୍ତକ ଧନ୍ୟବାଦ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୩---୮,୧୦   Sakhigopal News, 1/4/2023

ads

Blog Archive

Popular Posts