ads

Breaking News

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳିତ



ଭଞ୍ଜନଗର-- ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ  ପାଳିତ ହୋଇଯାଇଛି । ଅଦାଲତ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଓ ବସଷ୍ଟାଣ୍ଡ ଠାରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମଞ୍ଚର ସଭାପତି ସୋମନାଥ ନାୟକ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। ଅନ୍ୟ ବନ୍ଧୁ ମାନେ ତାଙ୍କୁ ସହଯୋଗ କରିଥିଲେ । ଏ ଉଦ୍ଦେଶ୍ୟ ରେ ଏକ ସଭା ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଶିବରାମ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଉତ୍କଳ ଦିବସ ର ତାପ୍ତର୍ଯ୍ୟ ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ସେମାନେ ହେଲେ ସହ-ସମ୍ପାଦକ ହରିକୃଷ୍ଣ ସାହୁ, ପିତାମ୍ବର ପରିଡା, ବିଜୟ କୁମାର ପାତ୍ର, ଲଡ଼ୁକିଶୋର ପ୍ରଧାନ, ସନ୍ତୋଷ କୁମାର ନାୟକ ବାଳକୃଷ୍ଣ ପାଢ଼ୀ,, ସୁରେଶ ଚନ୍ଦ୍ର ସ୍ୱାଇଁ, ଅଭିମନ୍ୟୁ ଭୁଆଁୟା, ରଘୁନାଥ ନାଥ ପାତ୍ର. ସଭାପତି ନିଜ ବକ୍ତବ୍ୟ ରେ କହି ଥିଲେ ଆଜିବି ଓଡିଶା ବିଛିନ୍ନ ମସ୍ତା. ପୂର୍ଣ୍ଣାଙ୍ଗ ଓଡିଶା ପାଇଁ କେଉଁ ନେତାଙ୍କର ନିଘାନାହିଁ ।ସେମାନେ କେବଳ ଦଳୀୟ ରାଜନୀତି କରି କ୍ଷମତା ପାଇଁ ବ୍ୟାକୁଳ । ଓଡ଼ିଆ ଭାଷା ମଧ୍ୟ ବିପନ୍ନ ଆଜି ପ୍ରତ୍ୟେକ ଓଡ଼ିଆ ଏ ଦିଗରେ ସଜାଗ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଶେଷରେ ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୩----୯,୨୦ Sakhigopal News,1/4/2023

ads

Blog Archive

Popular Posts