ads

Breaking News

ନ୍ୟୁ ଡନ୍ ବସ୍କୋ ଏକାଡେମୀ ର ୨୦୨୨/୨୩ ର ବାର୍ଷିକୋତ୍ସବ ଅନୁଷ୍ଠିତ

 
ଥୁଆପାଲି --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି, ଥୁଆପାଲି ନ୍ୟୁ ଡନ୍ ବସ୍କୋ ଏକାଡେମୀ ର ୨୦୨୨/୨୩ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ଏକାଡେମୀ ମୁଖ୍ୟ ସୁନୀଲ ସିଂ। ମୁଖ୍ୟ ଅତିଥି ଭାବରେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ, 
ଚିଚିଣ୍ଡା ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ପର୍ବତାରୋହୀ ସୁଶ୍ରୀ ଲିପିକା ସେଠ। ସମ୍ମାନିତ ଅତିଥି ଭାବେ ବିଶ୍ବଜିତ ମହାପାତ୍ର, ଏକାଡେମୀ ସଭାପତି ଗୋପାଳ ସେଠ ଓ ଶ୍ରୀମତୀ ମନୀଷା ସିଂ ଯୋଗ ଦେଇଥିଲେ।  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ଗୋଲଡ ମେଡାଲ ପାଇଥିଲେ, ପ୍ରଣବ କୁମାର ମେହେର, ଅଙ୍କିତା ବୁଡେକ, ଆୟୁଷ ଝଙ୍କାର ଓ ୟଶ କୁମାର। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏକାଡେମୀର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକ ,ଅଭିଭାବିକା ଓ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ।  ଏକାଡେମୀ ଶିକ୍ଷକ ଅତୁଲ୍ୟ କୁମାର ମହାନନ୍ଦ ଧନ୍ୟବାଦ ଦେଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୪/୨୦୨୩----୮,୨୫ Sakhigopal News,2/4/2023

ads

Blog Archive