ads

Breaking News

ଓଡ଼ିଆ ଭାଷା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର

 

ସାକ୍ଷୀଗୋପାଳ -ସବୁ ଭାଷା ଶିକ୍ଷା କର, କିନ୍ତୁ ନିଜ ଭାଷାକୁ କେବେବି ଭୁଲିବା ଉଚିତ୍ ନୁହେଁ। ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ସତ୍ୟବାଦୀ ପଞ୍ଚସଖା ସମାଧିପୀଠ ପରିସରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ମାନ୍ୟତା ଦିବସ ପାଳିତ ହୋଇଯାଇଛି। ସମ୍ମିଳନୀର ସଭାପତି ଭୀମସେନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ର ଓ  ପଞ୍ଚସଖା ଙ୍କ ସମାଧିପୀଠରେ ପୁଷ୍ପ ,ଧୂପ ,ଦୀପ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ କରାଯାଇଥିଲା।ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମ୍ମିଳନୀ ଉପସଭାପତି ଅନାମ ମଲ୍ଲିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ସଂପାଦିକା ବିଶାଖା ଦେବୀ ସ୍ବାଗତ ଅଭିଭାଷଣ ମାଧ୍ୟମରେ ଓଡ଼ିଆ ଭାଷାର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ସଂଗଠନର ସଂପାଦିକା ସୁଜାତା ଦେବୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ଅଶୋକ କୁମାର ମହାନ୍ତି , ସମ୍ମାନିତ ଅତିଥି ଓ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡଃ ହେମନ୍ତ କୁମାର ଛୋଟରାୟ, ଲେଖକ ବନମାଳୀ ବେହେରା, ସାହିତ୍ୟିକ ସଂପୂର୍ଣ୍ଣାନନ୍ଦ ମିଶ୍ର, ପଞ୍ଚାନନ ମିଶ୍ର, କବୟିତ୍ରୀ ସୁନନ୍ଦା ମହାନ୍ତି ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ପୁରାତନ    ଗରିମାମୟ ଐତିହ୍ୟର ଅବତାରଣା କରି ଶିଳାଲେଖାରୁ ସାଧବ ପୁଅ, ତାଳପତ୍ର ପୋଥିରୁ ମାଦଳା ପାଞ୍ଜି,  ସନ୍ନ୍ୟାସୀଙ୍କ ଠାରୁ ଶାରଳା ଦାସ , ମହାନ୍ କବିଙ୍କ  ଉଦାହରଣ ଦେଇ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଆ ଭାଷା ୧୫୦୦ବର୍ଷ ପୂର୍ବର ସର୍ବ ପୁରାତନ ସମ୍ବନ୍ଧେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର  ପାଇଁ ଉପକୂଳରୁ ଉପାନ୍ତ ପ୍ରତିଟି ଓଡ଼ିଆର ପ୍ରଥମ କର୍ତ୍ତବ୍ୟ ବୋଲି କହି ସ୍ବସୁନ୍ଦର  ଭାଷାକୁ ମାଆ ଭଳି ଭଲପାଇବାକୁ ନିବେଦନ କରିଥିଲେ। ସଂସ୍କୃତି ସାହିତ୍ୟପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ,ବିଜୟ ପରିଡ଼ା,କବି କୃପାନିଧି ପ୍ରଧାନ,ଦାମୋଦର ସାମଲ, ଗଜେନ୍ଦ୍ର ମହାପାତ୍ର, ଜୟନ୍ତୀ ନନ୍ଦ ,ମୋନାଲିସା ମିଶ୍ର,ଵନଜ୍ୟୋତ୍ସନା ମହାପାତ୍ର,ଯୁବ ପ୍ରତିଭା ଅନିମେଷ ମହାନ୍ତି, ରଶ୍ମି ରଞ୍ଜନ ସାହୁ, ଶ୍ରୀଲିପୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଓ ବକ୍ତା ଭାବେ ଯୋଗଦେଇଥିଲେ।  ସଭାରେ ଆମ ଭାଷାର ପ୍ରାଚୀନତା, ସ୍ୱତନ୍ତ୍ରତା, ଶାସ୍ତ୍ରୀୟ ସିଦ୍ଧତା, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କର ଦୁଃଖ, ପୂର୍ବସୂରୀମାନଙ୍କ ଅସୀମ ତ୍ୟାଗ, ସାଧନା ସମ୍ପର୍କେ ବିଶଦ ଆଲୋଚନା କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୩/୨୦୨୩---୮,୧୦ Sakhigopal News,15/3/2023

ads

Blog Archive

Popular Posts