ads

Breaking News

ନିଲମ୍ବିତ ହେଲେ କୋମଣ୍ଡ ଆରଆଇ, ଓଡ଼ଗାଁ ତହସିଲଦାରଙ୍କ ନାଁରେ ପ୍ରୋସିଡିଂ ଆରମ୍ଭ


 
ଓଡ଼ଗାଁ:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅଧିନରେ ନାଲିମାଟି ମାଫିଆଙ୍କ ରାଜୁତି ଘଟଣା ଆଜି ବଡ଼ ଧରଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନାଲି ମାଟି ମାଫିଆମାନଙ୍କୁ ପ୍ରସୟ ଦେବା ମହଙ୍ଗା ପଡିଛି ସ୍ଥାନୀୟ ପ୍ରଶାସନକୁ। ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କ ନାମରେ ପ୍ରୋସିଡିଂ ପାଇଁ କମିଟି ଗଠନ କରାଯାଇଛି । ଉକ୍ତ କମିଟି ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିର୍ପୋଟ ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଆଜି ଖଣି ଅଞ୍ଚଳ ଗସ୍ତ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ ହୋଇଥିବା ସୂଚନା ମିଳିଛି । ସେହିଭଳି ଭାବେ କୋମଣ୍ଡ ଆରଆଇ ସୁଧିର କୁମାର ପରିଡ଼ାଙ୍କୁ ନିଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ ବାରମ୍ବାର ଖବରକାଗଜ ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲା। ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟନୁଷ୍ଠାନ । 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ,ଓଡ଼ଗାଁ
ତା:-୩/୧/୨୩ ----୧୦,୨୦ Sakhigopal News,3/1/2023

ads

Blog Archive