ମାଓବାଦୀ ଙ୍କ ଉଦେଶ୍ୟରେ ପୋଷ୍ଟର ଜାରୀ କଲା କନ୍ଧମାଳ ଆଦିବାସୀ ବିକାଶ ପରିଷଦ
କନ୍ଧମାଳ--- ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତର ବିଭିନ୍ନ ସ୍ଥାନରେ କନ୍ଧମାଳ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ପକ୍ଷରୁ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ମାଓବାଦୀ ଙ୍କ ଉଦେଶ୍ୟ ରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ଲାଲବାହିନୀ ର ହିଂସା କାର୍ଯ୍ୟ କୁ ପୋଷ୍ଟର ଜରିଆରେ ବିରୋଧ କରିଛି ଆଦିବାସୀ ବିକାଶ ପରିଷଦ । ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତର ଅମ୍ବାବାଡି, କାମ୍ବେରିକିଆ, କତେରୀଭଟ୍ଟା ସମେତ ବିଭିନ୍ନ ସ୍ଥାନ ରେ ଏହି ପୋଷ୍ଟର ଲଗାଯାଇଛି । ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ସୁଡ୍ରା ପଞ୍ଚାୟତର କ୍ଲାମ୍ବାଜାକି ଗାଁ ର ନୀଳକଣ୍ଠ ମଳିକ ଙ୍କ ହତ୍ୟା ପାଇଁ ପୋଲିସ, ମାଓବାଦୀ ନା ମାଓ ସମର୍ଥକ କିଏ ଦାୟୀ ବୋଲି ମାଓବାଦୀ ଙ୍କ ଠାରେ ପ୍ରଶ୍ନ ରଖିଛି ଆଦିବାସୀ ବିକାଶ ପରିଷଦ । ମାଓବାଦୀ ହତ୍ୟା କରିଥିବା ନୀଳକଣ୍ଠ ମଳିକ ମାଓବାଦୀ ଙ୍କୁ ସାହାର୍ଯ୍ୟ କରୁଥିଲା । କିନ୍ତୁ ଶେଷରେ ସେହି ମାଓବାଦୀ ଙ୍କ ହାତରେ ନିରୀହ ଆଦିବାସୀ ଯୁବକ ର ଜୀବନ ଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ବିକାଶ ପରିଷଦ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୧୨/୨୦୨୨---୧୨,୧୦ Sakhigopal News,12/12/2022




