ଗାଁ ନିକଟରେ ୨୦ ବଣୁଆ ହାତୀ , ଅନ୍ଧାରରେ ଅଞ୍ଚଳବାସୀ
ଭଞ୍ଜନଗର -ଗାଁ ନିକଟରେ ଜଗି ରହିଛନ୍ତି ୨୦ ଟି ବଣୁଆ ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ବନାଞ୍ଚଳ ର ବଦାଙ୍ଗି – ଦୋମୁହାଣି – ଏବଂ ହରିଗଡ ଗାଁ ନିକଟରେ ବର୍ତ୍ତମାନ ରହିଛନ୍ତି ଏହି ୨୦ ଟି ହାତୀ । ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଥିବା ବେଳେ , ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି । ସମୁଦାୟ ଅଞ୍ଚଳ ଅନ୍ଧାର ରେ ରହିଛି । ହାତୀ ଏବଂ ଲୋକଙ୍କ ସୁରକ୍ଷା ପାଇଁ, ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ଜଗି ରହିଛନ୍ତି । କୋୖଣସି ପ୍ରକାର ଅପ୍ରୀତିକର ଘଟଣା ନଘଟିବା ପାଇଁ , ବନ ବିଭାଗ ସଜାଗ ରହିଛି । ଏହି ହାତୀ ପଲ ନିକଟସ୍ଥ ତାରାସିଙ୍ଗି ବନାଞ୍ଚଳ ରୁ ଆସିଥିବା ଜଣାପଡିଛି ।ଆଜି ମଧ୍ୟ ଉକ୍ତ ଅଞ୍ଚଳରେ ହାତୀ ରହିଥିବା ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୨/୨୦୨୨---୯,୧୦ Sakhigopal News,11/12/2022



