କୋଟିପଡା ଗ୍ରାମ ଠାରେ ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା
ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ତିଳିସିଙ୍ଗି ସେକସନର ଅଧିନରେ ଥିବା କୋଟିପଡା ଗ୍ରାମ ଠାରେ ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସସ୍ତାହ ପାଳିତ ହୋଇଯାଇଛି ।ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ବନ୍ୟପ୍ରାଣୀ ସୁରକ୍ଷିତ ରହିଲେ ଜଙ୍ଗଲ ସୁରକ୍ଷିତ ରହିବ ।ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷିତ ରଖିବାକୁ ହେଲେ ବନ କର୍ମଚାରୀ ଲୋକଙ୍କ ସହ ସମନ୍ନୟ ରକ୍ଷା ସହ ସେମାନଙ୍କ ର ସୁଖ ଦୁଖରେ ରହିବା ଆବଶ୍ୟାକତା ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ତାରସିଂ ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା,ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ବାରୁଡା ସରପଞ୍ଚ,ମମତା ନାୟକ,ବନ ଉନ୍ନୟନ ପ୍ରକଳ୍ପର -୨ର ପରିଚାଳକ ଶାନ୍ତନୁ କୁମାର ସାହୁ, ତିଳିସିଙ୍ଗି ବନପାଳ ଶୁଭସ୍ଥିତା ପାତ୍ର,ବଦାଙ୍ଗି ବନପାଳ ଅଭିମନୁ ମଲ୍ଲିକ, ଢୋଲପିଠା ବନପାଳ ବବୁଲୁ ସେଠୀ ବନରକ୍ଷୀ ,ଗ୍ରାମବାସୀ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।ଶେଷରେ ବନ୍ୟପ୍ରାଣୀ କୁଇଜ଼ ପ୍ରତିଯୋଗିତାରେ କୃତିତ୍ୱ ହେଇଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୦/୨୦୨୨---୭,୨୫ Sakhigopal News,7/10/2022




