ads

Breaking News

ବାସୁଦେବ କୋଠ ଏବଂ ବାସୁଦେବ କ୍ଳବର ପୂର୍ବତନ ସଭାପତିଙ୍କ ର ଅକାଳ ବିୟୋଗ


ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ପଞ୍ଚାୟତର ବାଗଲ ପୁରର ସାମ୍ବାଦିକ ଅଭୟ ପରିଡାଙ୍କ ପିତା ଶତୃଘନ୍ନ ପରିଡାଙ୍କର ବ୍ରେନ ଷ୍ଟ୍ରୋକରେ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି।ମୃତ୍ୟୁ ବେଳକୁ ତଙ୍କୁ ୬୫ବର୍ଷ ହୋଇଥିଲା।ଶ୍ରୀ ପରିଡାଙ୍କ ଦେହ ଖରାପ ହେବାରୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରୁ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାରୁ ଆମ୍ବୁଲାନ୍ସରେ ନେଇ ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।ପୁରୀ ସ୍ବର୍ଗଦ୍ବାରରେ ଶେଷ ସମ୍ପନ୍ନ କରାଯାଇଥିଲା।ଶ୍ରୀ ପରିଡା ଜଣେ ସ୍ପଟବାଦୀ ଓ ନିରପେକ୍ଷ ହେବା ସଙ୍ଗେ ସଙ୍ଗେ ଜଣେ ପରୋପକାରୀ ବ୍ୟକ୍ତିତ୍ବ ଥିଲେ।ତାଙ୍କର ଏଭଳି ଦୁଃଖଦ ମୃତ୍ୟୁରେ ଗ୍ରାମରେ ଏବଂ ଆଖପାଖରେ ଶୁଣି ଶୋକ ପ୍ରକାଶ ପାଇଛି।ସେ ବାସୁଦେବ କୋଠ ଏବଂ ବାସୁଦେବ କ୍ଳବର ବହୁଦିନ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଶବ ସତ୍କାର ସମୟରେ ମହୁରା ପଞ୍ଚାୟତର ସରପଞ୍ଚ ଶାରଦା ପ୍ରିୟଦର୍ଶୀନୀ ପରିଜା, ସମିତି ସଭ୍ୟ ପ୍ରେମାନନ୍ଦ ବେହେରା ଏବଂ ବାସୁଦେବ କ୍ଳବର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୯/୨୦୨୨---୯,୨୦

ads

Blog Archive

Popular Posts