ads

Breaking News

ସଇଁତଳା କଲେଜରେ ରାଗିଂ, ଭିଡିଓ ଭାଇରାଲ




ବଲାଙ୍ଗିର-----ସାଇଁତଲା ବ୍ଲକ ଅନ୍ତର୍ଗତ ପାଞ୍ଚୟତ ସମିତି କଲେଜରେ ରାଗିଂ । ବର୍ତ୍ତମାନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ରାଗିଂ ବନ୍ଦ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯାଉଛି । ତେବେ ଏହାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଗିଂର ମୂଳୋତ୍ପାଟନ କରିବା ପାଇଁ ଆଣ୍ଟି ରାଗିଂ ସ୍କୁଆଡ ସୁଦୃଢ କରିବାପାଇଁ ନିର୍ଦ୍ଧେଶ ଦିଆଯାଇଥିଲେ ସୁଦ୍ଧା ବିଶ୍ଵବିଦ୍ୟାୟାଳୟରୁ ଆରମ୍ଭ କରିକି ପଞ୍ଚାୟତ ମହାବିଦ୍ୟାଳୟରୁ ରାଗିଂ କମିବାର ନା ନେଉନାହିଁ। ତେବେ ଗତ କାଲି ସଇଁତଳା ପଞ୍ଚାୟତ ସମିତି ମହାବିଦ୍ୟାଲୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର କାନହା ତାଣ୍ଡି ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଆଜି ସେହି ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର ମାନେ  କିଛି ଅଣ ଛାତ୍ରଙ୍କ ସହ କଲେଜ ଭିତରକୁ ପ୍ରଵେଶ କରି ଉକ୍ତ ଛାତ୍ରକୁ କଲେଜ ପରିସରରୁ ବାହାରକୁ ନେଇ ଗାଳିଗୁଲଜ କରିବା ସହ ଛାତ୍ରକୁ ନିସ୍ତୁକ ମାଡ଼ ମାରିଥିବା ନେଇ କଲେଜ ଅଧକ୍ଷଙ୍କ ଠାରେ ଅଭିଯୋଗ ହୋଇଛି।ଛାତ୍ରକୁ କିଛି କଲେଜ ଛାତ୍ର ଓ ଅଣ ଛାତ୍ର କିମ୍ବା ଦୁର୍ବୃତ ନିସ୍ତୁକ ମାଡ଼ ମାରିଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି। ଏ ସମ୍ପର୍କରେ କଲେଜର ଅଧକ୍ଷ ଶିବପ୍ରସାଦ ବିଶ୍ଵାଳ କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଘଟଣାଟି କଲେଜ ବାହାରେ ହୋଇଥିବା କହିଛନ୍ତି। ରାଗିଂ ସମ୍ପର୍କିତ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣସାଧାରଣରେ ଦାବି ହେଉଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ଟିଟିଲାଗ଼ଡ ଏସଡିପିଓ ଅଙ୍କିତା କୁମ୍ଭାର ସଇଁତଳା ଥାନା ଅଧିକାରୀ ଅବନୀ ସାହୁ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେର କଲେଜକୁ ଆସୀ କଲେଜ ଅଧକ୍ଷ ଶିବପ୍ରସାଦ ବିଶ୍ଵାଳଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ମାତ୍ର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ଜଣାପଡିଛି। 

ସାଇଁତଲା ରୁ ରଞ୍ଜନ କୁମାର  ବାଗ ଙ୍କ ରିପୋର୍ଟ,୭/୧୦/୨୦୨୨-----୨,୧୦ Sakhigopal News,7/10/2022

ads

Blog Archive

Popular Posts