ads

Breaking News

କଂଗ୍ରେସ ନେତା ଅଜିତଙ୍କ ବିୟୋଗରେ ଶୋକସଭା


 ଡେଲାଙ୍ଗ ---- ପୁରୀ ଜିଲ୍ଲାର କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପନିବାର୍ଚନର ପ୍ରାଥୀ ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗରେ ତାଙ୍କ ନିଜସ୍ୱ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକ କଂଗ୍ରେସର ସଭାପତି ରବିନ୍ଦ୍ର ଦାସ ଏହି ଶୋକସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ତାଙ୍କ ଫଟୋଚିତ୍ରରେ  ମାଲ୍ୟର୍ପଣ କରିବା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେ ଜଣେ ସରଳ, ନିଷ୍ପପଟ, ପରୋପକାରୀ ଅମାୟିକ, ବନ୍ଧୁବତ୍ସଳ, ଦରଦୀ ହୃଦୟର ବ୍ୟକ୍ତିଥିଲେ । ତାଙ୍କ ମୃତ୍ୟୁରେ କଂଗ୍ରେସଜଣେ ଯୁବନେତୃତ୍ୱକୁ ହରାଇଲା ବୋଲି ଯୋଗ ଦେଇଥିବା ଯୁବକ ମାନେ ମତ ପ୍ରକାଶ କରିଥିଲେ ।  ଏହି ଶୋକସଭାରେ ନିର୍ମଳ ପରିଡା, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସମ୍ପଦକ ଜ୍ଞାନରଞ୍ଜନ ପଟ୍ଟନାୟକ,ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଦେବପ୍ରସାଦ ରାଉତରାୟ,  ବିପିନି ବିହାରୀ ବଳବନ୍ତରାୟ, ଲକ୍ଷ୍ମୀଧର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଉମାବଲ୍ଲଭ ମଙ୍ଗରାଜ, ବିଶ୍ୱ ରଞ୍ଜନ ବଳବନ୍ତରୟ, ରବିନ୍ଦ୍ର କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶ୍ରୀ ମଙ୍ଗରାଜଙ୍କ ସ୍ମୃତି ଚାରଣ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୪୨୦୨୧----୯, ୪୦

ads

Blog Archive

Popular Posts