ads

Breaking News

ଡେଲାଙ୍ଗ ଓ ତେଇଶିପୁରରେ ବିଜେଡି ଦଳ ପକ୍ଷରୁ ଶୋକସଭା


 ଡେଲାଙ୍ଗ ----- ପିପିଲି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଚଳିତ ୧୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା । ଦିବଂଗତ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଶାସନ ଠାରୁ ପ୍ରାର୍ଥୀ ମାନେ ପହଞ୍ଚି ସାରିଥିଲେ । ବୁଧବାର ଅପରାହ୍ନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହ ଖରାପ ହେବାରୁ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏହି ସମୟରେ ଡେଲାଙ୍ଗ ବ୍ଳକର ଶ୍ରୀପୁରୁଷୋତ୍ତମପୁର ଠାରେ ବିଜେଡିର ଏକ ଯୁବଛାତ୍ର ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟବେକ୍ଷକ ପ୍ରତାପ ଦେଓ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ମୁନା ଖାଁ,  ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ଓ ସ୍ଥାନୀୟ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର ସଭା ଚାଲିଥିବା ବେଳେ ଏହି ଖବର ପାଇବା ପରେ ସଭା ଅଧାରୁ ବନ୍ଦ ରଖିବା ସହ ଶୋକସଭା କରିଥିବଲେ ।ସେହିପରି ତେଇଶିପୁର ପାର୍ଟିକାର୍ଯ୍ୟାଳୟ ଠାରେ ସମିତିସଭ୍ୟ ଧରଣୀଧର ସାହୁ, ରାଜ କିଶୋର ପ୍ରଧାନ, ଫଗୁ ପରିଡା, ଜିତେନ୍ଦ୍ର ବରାଳ, ଜୟନ୍ତ କୁମାର ଦାଶ, ପ୍ରକାଶ ରଥ, ଜିତେନ୍ଦ୍ର ରଥ, ଗଦାଧର ଦାଶ, ଇଶ୍ୱର ପ୍ରସାଦ ଦାଶ, ନରେନ୍ଦ୍ର ଦାସ ପ୍ରମୁଖ ଅଜିତ ମଙ୍ଗରାଜଙ୍କ ପରଲୋକ ଖବର ପାଇବା ପରେ ଅମର ଆତ୍ମାର ସଦଗତି କାମନା କରି ଶୋକସଭା କରିଥିଲେ । ଡେଲାଙ୍ଗ ବ୍ଳକର ବେରବୋଇ ପର୍ଯ୍ୟବେକ୍ଷକ ଦାୟତ୍ୱରେ ଥିବା ସୁବାଷ ମହାରଣା, ପ୍ରମୋଦ ରାଉତରାୟ, ସମାପ୍ତ ମହାନ୍ତି, ପ୍ରଶାନ୍ତ ମହାପାତ୍ର ଶୋକସଭା କରିଥିଲେ । ସେହିପରି ମୁନିନ୍ଦା ଗ୍ରାମ ପଞ୍ଚାୟତର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଥିବା ଭୀମସେନ ମୁଦୁଲି, ରାଜେଶ ରାଜ ସ୍ୱାଇଁ, ମୁନିନ୍ଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ପ୍ରମୁଖ ଅଜିତ ମଙ୍ଗରାଜଙ୍କ ପାଇଁ  ଶୋକସଭା କରିଛନ୍ତି । ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ , ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହିତ ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ଶୋକସଭା କରିବା ସହ ନିର୍ବାଚନ ପ୍ରଚାର ଅଧାରୁ ବନ୍ଦ କରିଥିଲେ । ସେହିପରି ଡେଲାଙ୍ଗ ମେଲଣ ପଡିଆରେ କେନ୍ଦ୍ର ମନ୍ତ୍ରୀ  ପ୍ରତାପ ଷଡଙ୍ଗୀ, ସୁରଥ ବିଶ୍‌ବାଳ, ମୋହନ ମାଝୀ, ଜନ୍ମଜୟ ଜେନା, ଦୁର୍ଗାଚରଣ ରାଉତରାୟଙ୍କ ସହିତ ବହୁ ବିଜେପି ନେତା ଓ କର୍ମୀ ମାନେ ଦୁଇ ମିନଟନୀରବ ପ୍ରର୍ଥନା କରି ସ୍ୱର୍ଗତ ଶ୍ରୀ ମଙ୍ଗରାଜଙ୍କ ଆଙ୍କେଇସ୍ଥିତ ବାସଭାବନକୁ ଯାଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୧-----୮,୨୦

ads

Blog Archive

Popular Posts