କଂଗ୍ରେସ ଓ ବିଜେପିର ରୋଡ ଶୋ ବନାମ ବିଜେଡିର ଘରକୁ ଘର ପ୍ରଚାର
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକରେ ଉପନିର୍ବାଚନ ପ୍ରଚାର ବେଶ ସରଗରମ ହୋଇପଡିଛି । କଂଗ୍ରେସ ଓ ବିଜେପିର କର୍ମୀ ବୈଠକ ସାଙ୍ଗକୁ ରୋଡ ଶୋ ଚାଲିଥବା ବେଳେ ବିଜେଡି ଦଳର ମହିଳା କର୍ମୀ ମାନେ ଦୁଆରକୁ ଦୁଆର ବୁଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ପାଇଁ ଭୋଟଭିକ୍ଷା କରୁଥିବା ଜଣାପଡିଛି । ଗୋଟିଏ ପଟେ ଅନ୍ୟ ଦଳର ରୋଡ ଶୋ ଓ ସଭା ସମିତି ଚାଲିଥବା ବେଳେ ବିଜେଡି ଦଳର ମହିଳା ପୁରଷ ଯୁବକ ମାନେ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଯାହାକି ଲୋକ ମାନଙ୍କ ଉପରେ ବିଜେଡି ଛାପ ଲଦି ହୋଇଯାଉଥିବାର ଜଣାପଡିଛି । ସେମାନଙ୍କ କାନରେ ଗୋଟିଏ କଥା ଶୁଘୁଷି ବିଜେଡି ବା ଶଙ୍ଖ ବୋଲି ମହିଳା ମାନେ କହନ୍ତି । ବିଶେଷ କରି ମହିଳା ଗୋଷ୍ଠୀର ସଦସ୍ୟା ମାନେ ମିଳିତ ଭାବେ ଗ୍ରାମରେ ପ୍ରଚାର ବିଜେଡି ଦଳ ପାଇଁ କରୁଥବା ଜଣାପଡିଛି । ବିଜେଡି ଦଳର ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟବେକ୍ଷକ, ମହିଳା ନେତ୍ରୀ ମାନେ ସାମିଲ ହେଉଛନ୍ତି । ବେରବୋଇ ଗ୍ରାମ ପଞ୍ଚାୟତରେ ମହିଳା ପର୍ଯ୍ୟବେକ୍ଷିକା ଦାୟତ୍ୱରେ ଥିବା ସ୍ୱର୍ଣ୍ଣଲତା ମହାଲିକା , ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ସହିତ ବିଭିନ୍ନ ମହିଳା ମାନେ ଗ୍ରାମକୁ ଗ୍ରାମ ବୁଲି ଭୋଟ ପ୍ରଚାର କରୁଛନ୍ତି । ସେହିପରି ଗଡମୋଟରୀ ଗ୍ରାମ ପଞ୍ଚାୟତର ପଥରଡିହ, କାଳୁପଡା, ବାହ୍ମଣସାହି, ଚାଇଁପୁର ଆଦି ଗ୍ରାମରେ ଭାରତି ଚମ୍ପତି, ମମତା ପରିଡା, ମାମିନା ନାୟକ, ସୁମିତା ରାଉତରାୟ, ଏଲିନା ହରିଚନ୍ଦନ, ଲକ୍ଷ୍ମୀଧର ଛାଟୋଇ, ରାଜ୍ୟ ବିଜେଡି ସମ୍ପାଦକ ରାଜେସ ପଣ୍ଡା, ରାଜିଲୋଚନ ବାହିନିପତି, ସବେଶ୍ୱର୍ର ପରିଡା, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧-----୯,୨୦



