ads

Breaking News

୧୩ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ଙ୍କ ହତ୍ୟା ମାମଲା ର ପଞ୍ଚମ ଅଭିଯୁକ୍ତ ଗିରଫ


ଭୁବନେଶ୍ୱର--- କମିଶନରେଟ ପୋଲିସକୁ ବଡ଼ ସଫଳତା । ୨୦୦୮ ମସିହା ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ପୋଲିସ ୧୩ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳତା ପାଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଦୀର୍ଘ ୧୩ ବର୍ଷ ତଳର ଏହି ଘଟଣାରେ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀଙ୍କୁ ଗିରଫ କରିଛି ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା । ଗିରଫ ହୋଇଥିବା ଅପରାଧୀ ଜଣଜ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲା । ଏଥିପାଇଁ ସେ ସୁଚିତିନ୍ତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲା ଏବଂ ହତ୍ୟା କରିବା ପରେ ସୁମନ୍ତଙ୍କୁ ତାଙ୍କ ଗାଡି ଭିତରେ ହିଁ ରଖି ଦେଇଥିଲା । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୫/୩/୨୦୨୧---୬,୩୫

ads

Blog Archive

Popular Posts